ସୁବର୍ଣ୍ଣପୁରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ସମୀକ୍ଷା ବୈଠକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୁବର୍ଣ୍ଣପୁର ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର କାର୍ଯ୍ୟାବଳିର ସମୀକ୍ଷା କରିଛନ୍ତି। ତାଙ୍କ ସହିତ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ, ବୀରାମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଅଧ୍ୟକ୍ଷା ଜିଲ୍ଲା ପରିଷଦ ସୁପାର ଠେଲା ପ୍ରମୁଖ ଉପସ୍ଥିତ ଥିଲେ। ଭାରପ୍ରାପ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ସମସ୍ତ ଅତିଥିଙ୍କୁ ସ୍ୱାଗତ କରି ଉପଢୌକନ ଓ ରୋପଣ ଯୋଗ୍ୟ ବୃକ୍ଷ ପ୍ରଦାନ କରି ସମ୍ମାନିତ କରିଥିଲେ। ଉପ-ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବୋଧିତ କରି କହିଲେଯେ ଏହା ହେଉଛି ଜନସାଧାରଣଙ୍କ ସରକାର ସମସ୍ତ ଅଧିକାରୀ ନିସ୍ଵାର୍ଥପର ଭାବରେ ଲୋକମାନଙ୍କୁ ସରକାରଙ୍କ ପ୍ରଦତ୍ତ ସମସ୍ତ ସୁବିଧାସୁଯୋଗ ତତ୍ପରତାର ସହିତ ଯୋଗାଇଦେବେ। ସମୟବଦ୍ଧ ହିସାବରେ ଜନସାଧାରଣଙ୍କ ସମସ୍ତ ଆପତ୍ତି ଅଭିଯୋଗର ସମାଧାନ ନିଶ୍ଚିତ ଭାବରେ କରିବେ। କୃଷି ବିଭାଗର କାର୍ଯ୍ୟର ସମୀକ୍ଷା ବେଳେ ଜିଲ୍ଲା କୃଷି ଅଧିକାରୀ ଡ଼ଃ ବିଭୁତି ଭୂଷଣ ମିଶ୍ର ଜିଲ୍ଲାରେ ଧାନ, କପା, ଡାଲିଜାତୀୟ ଫସଲ, ତୈଳବୀଜ ଚାଷର ପରିସ୍ଥିତି ଓ ଏହାର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଥିଲେ। ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ସମସ୍ତ ଚାଷୀ ମାନଙ୍କୁ ପହଞ୍ଚାଇବା ସହିତ ବିଗତ ଦିନର ବୀମା କ୍ଳେମ ସବୁର ଶୀଘ୍ର ସମାଧାନ କରିବା ପାଇଁ ତାଗିଦ କରିଥିଲେ। ଜମିରେ ରାସାୟନିକ ସାର ଓ କୀଟନାଶକ ପରିବର୍ତ୍ତେ ଜୈବିକ କୃଷି କୁ ଅନୁସରଣ କରିବା ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନିର୍ଦେଶ ଦେଇଥିଲେ। କୃଷକ ମାନଙ୍କ ସୁବିଧା ନିମନ୍ତେ ଏଇ ସରକାର ଅତିଶୀଘ୍ର ସମସ୍ତ ଜିଲ୍ଲା ଏବଂ ସବଡ଼ିଭିଜନ ସ୍ତରରେ ଶୀତଳ ଭଣ୍ଡାର ଖୋଲିବାର ଯୋଜନା କରୁଛନ୍ତି ବୋଲି କହିଥିଲେ। ସମ୍ୱନ୍ୱିତ କୃଷିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକ ହିତାଧିକାରୀ ସୃଷ୍ଟିକରି ସେମାନଙ୍କୁ ମିଳିତ ଭାବରେ ବିଭିନ୍ନ ଫସଲ ସହିତ ଉଦ୍ୟାନ କୃଷି, ପଶୁପାଳନ, ମାଛଚାଷ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ କହିଥିଲେ। ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗକୁ ସମସ୍ତ ପ୍ରକଳ୍ପ ଗୁଡିକ ସମୟ ସୀମା ମଧ୍ୟରେ ଶେଷ କରି ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଶୀଘ୍ର ଯୋଗାଇଦେବା ପାଇଁ ନିର୍ଦେଶ ଦେଇଥିଲେ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ଅରୁଣ କୁମାର ଜ୍ୟୋତିର୍ମୟ ଙ୍କୁ ଜିଲ୍ଲାରେ ଥିବା ସମସ୍ତ ଅଚଳ ଜଳସେଚନ ପ୍ରକଳ୍ପ ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦେଶ ଦେଇଥିଲେ। ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ ଓ ରୁରାଲ ୱାର୍କ୍ସ ଯନ୍ତ୍ରୀ ଙ୍କୁ ଜିଲ୍ଲାରେ ନିର୍ମାଣଧୀନ ସମସ୍ତ ରାସ୍ତା କାମକୁ ନିର୍ଧାରିତ ସମୟ ସୀମା ମଧ୍ୟରେ ଶୀଘ୍ର ସାରିବା ପାଇଁ କହିଥିଲେ। ସୋନପୁର ଡୁଙ୍ଗୁରିପାଲି ରାସ୍ତା କାମର ମନ୍ଥରତା ପାଇଁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମେଗା ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ର ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାର କୌଣସି ଗୋଟିଏ ବି ପ୍ରକଳ୍ପ ଶତ ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ତାଗିଦ କରିଥିଲେ। ତେଲ ନଦୀ ଅବବାହିକା ନିର୍ବାହୀ ଯନ୍ତ୍ରୀଙ୍କୁ ସମସ୍ତ ଜଳସେଚନ ପ୍ରକଳ୍ପର ଜଳ ଯେମିତି କେନାଲର ଶେଷମୁଣ୍ଡ ପର୍ଯ୍ୟନ୍ତ ପହଂଚି ପାରିବ ତାହାକୁ ସୁନିଶ୍ଚିତ କରିବା ପାଇଁ କହିଥିଲେ। ଏହା ସହିତ ସାଟେଲାଇଟ ମାପିଂ ଓ ରବର ବେରେଜ ପରି ଅତ୍ୟାଧୁନିକ ଟେକ୍ନୋଲୋଜି ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଦୁର୍ଗା ଦାଶଙ୍କୁ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଉପଲବ୍ଧି ଏବଂ ବିଭାଗରେ ଖାଲି ପଡିଥିବା ପଦ ପଦବୀ ସମ୍ବନ୍ଧରେ ପଚାରି ବୁଝିଥିଲେ। ଜିଲ୍ଳା ମୁଖ୍ୟ ଡାକ୍ତରଖାନା ର ବିଭିନ୍ନ ଉପକରଣ ର କାର୍ଯ୍ୟ କାରିତା ସହିତ ଜଳଯୋଗାଣ, ଅଗ୍ନି ନିର୍ବାପକ ସମସ୍ୟା ଓ ସେହି ସ୍ଥାନର ପାର୍ଚ୍ଚା ସମ୍ବନ୍ଧରେ ଆଲୋଚନା କରିଥିଲେ। ଜିଲ୍ଳା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଜିଲ୍ଲାରେ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାର ଜଣେ ବି କୃଷକ ଯେମିତି ଧାନ ବିକିବାରୁ ବଞ୍ଚିତ ହେବେନାହିଁ ଏବଂ ୪୮ ଘଣ୍ଟା ମଧ୍ୟରେ ନିଜର ବିକ୍ରୟ ପ୍ରାପ୍ୟ ପାଇବା ସହିତ ଦଲାଲି ରାଜ ର ଅନ୍ତ, କଟନୀ ଛଟନି ବନ୍ଦ ପ୍ରତି ଯତ୍ନବାନ ହେବାକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ସିଂ ଦେଓ ପରାମର୍ଶ ଦେଇଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ତାଙ୍କ ବିଭାଗ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିଥିଲେ। ଉଦ୍ୟାନକୃଷି ଉପନିର୍ଦେଶକ ଙ୍କୁ ଜିଲ୍ଲାରେ ହାଇବ୍ରିଡ଼ ପନିପରିବା ବଦଳରେ କମ ସାର ଏବଂ କୀଟନାଶକ ପ୍ରୟୋଗକରି ଦେଶୀ ପନିପରିବା ଚାଷ କରିବା ପାଇଁ କୃଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ କହିଥିଲେ। ଜିଲ୍ଳା ଜଙ୍ଗଲ ଅଧିକାରୀ ଙ୍କୁ ବ୍ୟାପକ ବନିକରଣ କରିବା ସହିତ ବାଉଁଶ ଚାଷ କୁ ପ୍ରୋତ୍ସାହନ ଦେବା ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଅପରାଧ ରୋକିବା ସହିତ ବିଶେଷତଃ ମହିଳା ଏବଂ ଶିଶୁ ମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ଥାନା ଅଧିକାରୀ ମାନଙ୍କୁ ସମସ୍ତ ଅଭିଯୋଗ ର ତୁରନ୍ତ ପଞ୍ଜିକରଣ କରି ଏଫ ଆଇ ଆର କପି ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ଓ ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମଧ୍ୟ ଅଧିକାରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରାଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଲେ ଯେ ସରକାର ବଦଳିବା ସହିତ ସରକାରଙ୍କ କାର୍ଯ୍ୟଶୈଳୀ ମଧ୍ୟ ବଦଳି ଯାଇଛି। ଏବେ ସମସ୍ତ ଲୋକ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ରହିବେ। କୌଣସି ବିଭାଗର କର୍ମକୁଣ୍ଠତା କୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ। ଆମେ ସମସ୍ତେ ମିଳିମିଶି ଜନତା ଜନାର୍ଦନ ଙ୍କ ସେବା କରିବା ମୂଳ ଲକ୍ଷ। ଆଜିର ଏହି ସମୀକ୍ଷା ବୈଠକରେ ଆରକ୍ଷୀ ଅଧିକ୍ଷକ ବଲାଙ୍ଗୀର ରିଷିକେଶ ଖିଲାରୀ, ଭାରପ୍ରାପ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର ନାୟକ, ଏ ପି ଡି ପଲ୍ଲବୀ ରାଜ, ଉପଜିଲ୍ଲାପାଳ ସୋନପୁର ସୁରଜ ପଟ୍ଟନାୟକ, ଉପଜିଲ୍ଲାପାଳ ଵୀରାମହରାଜପୁର ଲଲାଟେନ୍ଦୁ ସି, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.