କାମରେ ଆସୁନି ଜରୁରୀକାଳୀନ ନମ୍ବର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ନଂ ଜାତୀୟ ରାଜପଥ କଡ଼ର କୋକସରା ବ୍ଲକ କାଉଡୋଲାଠାରେ ଫଳକ ଲଗାଇ ଆମ୍ବୁଲାନ୍ସ ସମେତ ଅନ୍ୟ ଦୁଇଟି ନମ୍ବର ଅଗ୍ନିଶମ ବାହିନୀର ନଂ- ୭୬୫୫୦୮୬୭୯୮ ଓ ପୋଲିସ ପ୍ରଶାସନର ନଂ- ୭୬୮୨୮୩୩୧୧୬ ଜାରି କରାଯାଇଛି। ହେଲେ ଜରୁରୀକାଳୀନ ସେବା ନିମନ୍ତେ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନର ଉକ୍ତ ଦୁଇଟି ନମ୍ବରରେ ଇନ୍ କମିଙ୍ଗ କଲ୍ ନଥିବାରୁ କଲ କଲେ ମଧ୍ୟ ଲାଗୁନାହିଁ। ଏଭଳି ଜରୁରୀକାଳୀନ ନମ୍ବରରେ ଇନ୍ କମିଙ୍ଗ କଲ୍ ସୁବିଧା ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜାତୀୟ ରାଜପଥର କାଉଡୋଲାର ଏହି ବୁଲାଣି ନିକଟରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ, ତେବେ ଏହି ରାସ୍ତାରେ ଯିବା ଆସିବା ସମୟରେ କୈାଣସି ଦୁର୍ଘଟଣା ଘଟେ ତେବେ ଲୋକେ ପ୍ରଥମେ ପୁଲିସ କିମ୍ବା ଅଗ୍ନିଶମ ବିଭାଗର ସହାୟତା ଲୋଡିଥାନ୍ତି। ଜରୁରୀ ସେବା ନିମନ୍ତେ ଜାରି ହୋଇଥିବା ନମ୍ବର ବର୍ତ୍ତମାନ ଲୋକଙ୍କ କାମରେ ଲାଗୁ ନଥିବାବେଳେ କୈାଣସି ଅଘଟଣ କିମ୍ବା ଦୁର୍ଘଟଣା ଘଟେ ତା’ ହେଲେ ଲୋକେ କାହିରି ସାହାଯ୍ୟ ନେବେ? ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ଏହି ଜରୁରୀକାଳୀନ ନମ୍ବରକୁ କାର୍ଯ୍ୟକାରୀ କାରାଯାଉ ବୋଲି ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.