ତାରାତାରିଣୀ ଛକ ଶିବ ମନ୍ଦିର ପାଖ ଡ୍ରେନରେ ପଡି ଜଣେ ବ୍ୟକ୍ତି ମୃତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ତାରାତାରିଣୀଛକ ଜୟମଙ୍ଗଳ ନାଳ ଶିବମନ୍ଦିର ନିକଟରେ ଥିବା ଡ୍ରେନ୍‌ରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କୁନା ବେହେରା ଓ ସେ ପିଂଛୁଳି ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ଗତ କାଲି ରାତିରେ ବୋଧେ କୌଣସି କାରଣରୁ ସେ ଡ୍ରେନରେ ପଡି ଯାଇଥିଲେ। ଆଜି ସକାଳେ ଲୋକମାନେ କିଏ ଜଣେ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଫାୟାର ବିଭାଗ ଡ୍ରେନ ମଧ୍ୟରୁ କୁନାଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁନା ଜଣେ ଗରିବ ମଜୁରିଆ ହୋଇଥିବାରୁ ପ୍ରଶାସନ ତାକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗାଁ ଲୋକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ  ଓ ଠିକାଦାରଙ୍କ କହିବା କଥା ହେଲା – ମଝିରେ ନିର୍ବାଚନ ଯୋଗୁଁ କାମ ବନ୍ଦ ରହିଥିଲା। କାମ ସରିବା ପରେଡ୍ରେନ ଉପରେ ପ୍ଲେଟ ପକା ଯିବାକୁ ନିଷ୍ପତି ନିଆ ଯାଇଛି। କିନ୍ତୁ ଅସମ୍ପୂର୍ଣ ଡ୍ରେନ ମଧ୍ୟରେ ସଂପୃକ୍ତ ବ୍ୟକ୍ତି ଜଣକ କିପରି ପଡିଲେ ସେଥିପାଇଁ ଆମେ ଗଭୀର ଭାବେ ମର୍ମାହତ ଅଟୁ ବୋଲି ଦୁଃଖ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.