ବାଚସ୍ପତିଙ୍କ ସହ ଓଏସ୍ଇଏଫଡ଼ି ସଂଘର ଆଲୋଚ଼ନା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ଓଏସ୍ଇଏଫଡ଼ି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଶାଖା ପକ୍ଷରୁ ଜିଲ୍ଲା ଉପସଭାନେତ୍ରୀ ଶୁଭସ୍ମିତା ମିଶ୍ର, ସମ୍ପାଦକ ଶିବପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦିକା ତୃପ୍ତିମୟୀ ପ୍ରଧାନଙ୍କ ସମେତ ଅନ୍ୟ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ରଣପୁର ବିଧାୟିକା‌ ତଥା ଓଡ଼ିଶା‌ ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢୀ ମହୋଦୟାଙ୍କୁ ଓଡ଼ିଶା ସ୍ପେଶାଲ୍ ଏଜୁକେଟର୍ ଫେଡେରେସନ୍ ଫର୍ ଦିବ୍ୟାଙ୍ଗ ସଂଘ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଦୀର୍ଘ ଦିନର ଦାବିକୁ ଯଥାଶୀଘ୍ର ପୂରଣ କରିବାକୁ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ। ବାଚସ୍ପତି ଏଥିପ୍ରତି ଧ୍ୟାନ ଦେବା ସହିତ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ସହିତ କିପରି ସଂଘର ପ୍ରତିନିଧି ମାନଙ୍କର ଆଲୋଚନା କରି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇ ପାରିବ ଓ ଯଥାଶୀଘ୍ର ଓଡ଼ିଶାରେ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇ ପ୍ରତି ସାଧାରଣ ବିଦ୍ୟାଳୟ ଗୁଡିକରେ ପଢୁଥିବା ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ ସେ ଦିଗରେ ଶତ ପ୍ରତିଶତ ସହଯୋଗ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏହି ନିଯୁକ୍ତି ଦିଆଗଲେ ସମଗ୍ର ଓଡ଼ିଶାରେ ୭୦୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପକୃତ ହେବା ସହ ୧ ଲକ୍ଷ ୫୦ ହଜାର ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ ବୋଲି ସଂଘ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.