ଅଜଣା ବ୍ୟକ୍ତିର ମୃତ ଦେହ ଠାବ : ପୁଲିସର ତଦନ୍ତ ଜାରୀ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼ (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ସନ୍ତୋଷ ନଗର ନିକଟସ୍ଥ ଏକ କାଜୁ ବଗିଚାରେ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଛି ନର୍ଲା ପୁଲିସ। ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ୬ ନଂ ରାଜ୍ୟ ରାଜପଥର ସନ୍ତୋଷ ନଗର ନିକଟସ୍ଥ ଏକ କାଜୁ ବଗିଚା ନିକଟରେ ଆଜି ସକାଳ ସମୟରେ ଏକ ମୃତ ଦେହ ପଡିରହିଥିବା ଦେଖିବାକୁ ପାଇଥିଲେ କିଛି ଲୋକେ। ଲୋକେ ଦେଖିବା ପରେ ନର୍ଲା ଥାନାକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ସିକେରକୁପା ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଠାବ କରିଥିଲେ। ଦେହରେ ଏକ ଲୁଙ୍ଗି ଓ ସାର୍ଟ ରହିଥିବା ବେଳେ ଶବଟି ଫୁଲିବାରେ ଲାଗିଥିଲା। ତେବେ ନର୍ଲା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛଦ ପାଇଁ ଭବାନୀପାଟଣା ପଠାଇଥିବା ଜଣାପଡିଛି। ତେବେ ପୋଲିସର ତଦନ୍ତ ଜାରୀ ରହିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.