ଏହି ଖେଳାଳି ସଚିନ ଆଉ ଲାରାଙ୍କଠାରୁ ଥିଲେ ଅଧିକ ପ୍ରତିଭାବାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରାଙ୍କ ଏକ ବୟାନ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଲାରା ଏକ ସାକ୍ଷାତକାରେରେ କହିଥିଲେ ସଚିନ ତେନ୍ଦୁଲକର ଓ ମୋଠାରୁ ଆଉ ଜଣେ ଖେଳାଳି ଅଧିକ ପ୍ରତିଭାବାନ ଥିଲେ । ଲାରା ତାଙ୍କ ପୁସ୍ତକ ଦି ଇଂଲଣ୍ଡ କ୍ରୋନିକଲ୍ସରେ ଏହି ଖେଳାଳିଙ୍କ ନାମ ପ୍ରକାଶ କରିଛନ୍ତି । ଲାରା ଓ ସଚିନଙ୍କ ସମୟରେ କାର୍ଲ ହୁପର ଭଲ ପ୍ରଦର୍ଶନ କରୁଥିଲେ । ଅବଶ୍ୟ ଉପରୋକ୍ତ ଦୁଇ ଖେଳାଳିଙ୍କ ପରି ସେ ରେକର୍ଡ ସୃଷ୍ଟି କରି ନ ଥିଲେ ମଧ୍ୟ ପ୍ରତିଭାସମ୍ପନ୍ନ ଖେଳାଳିଥିଲେ । ଯାହା ଏବେ ଲାରା ମଧ୍ୟ ସ୍ୱୀକାର କରିଛନ୍ତି । ସଚିନ ଓ ମୁଁ ତାଙ୍କ ସମକକ୍ଷ ହେବୁ ନାହିଁ । ଲାରାଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହୁପର ୱେଷ୍ଟଇଣ୍ଡିଜ ପକ୍ଷରୁ ୧୦୨ ଟେଷ୍ଟ ଓ ୨୨୭ ଦିନିକିଆ ମ୍ୟାଚ ଖେଳିଥିଲେ । ଟେଷ୍ଟରେ ୫୭୬୨ ଓ ଦିନିକିଆରେ ୫୭୬୧ ରନ କରିଥିଲେ । ସେ ଟେଷ୍ଟରେ ୧୩ଟି ଏବଂ ଦିନିକିଆରେ ୭ ଶତକ ମାରିଥିଲେ । ସେ ୱେଷ୍ଟଇଣ୍ଡିଜର ଅଧିନାୟକ ଦାୟିତ୍ୱ ମଧ୍ୟ ସୁଚାରୁରୂପେ ତୁଲାଇଛନ୍ତି । ୨୦୦୩ରେ କେନିୟା ବିପକ୍ଷରେ ଶେଷ ଦିନିକିଆ ଏବଂ ୨୦୦୨ରେ ଭାରତ ବିରୋଧରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଲାରା ୧୩୧ ଟେଷ୍ଟ ଓ ୨୯୯ ଦିିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ଲାରା ୧୧୯୫୩ ଓ ଦିିନିକିଆରେ ୧୦୪୦୫ ରନ ସଂଗ୍ରହ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ୪୦୦ ରନ ସଂଗ୍ରହ କରିବାରେ ଏକମାତ୍ର ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ହୂପରଙ୍କ ସମ୍ପର୍କରେ ଲାରା ଏହା କହିବା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.