ମୋହନ ସରକାରଙ୍କ ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁଁ ବିଜେଡ଼ିର ମାଷ୍ଟର ପ୍ଲାନ୍; ଲାଞ୍ଜିଗଡ଼ ବିଧାୟକଙ୍କୁ ଅନୁସୂଚିତ ଜାତି ବ୍ୟାପାର ଦାଇତ୍ୱ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ବିଜେଡି। ମୁଖ୍ୟ ବିରୋଧୀ ଦଳ ସାଜି ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବେ ବିଜେଡିର ୫୦ ଜଣ ବିଧାୟକ। ବୁଧବାର ୫୦ ବିଧାୟକଙ୍କୁ ବିଭାଗ ବଣ୍ଟନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକ ରଖିବେ ନଜର। ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଅନୁସୂଚିତ ଜାତି ବ୍ୟାପାର ଦାୟିତ୍ଵ ଦିଆଯାଇଥିବା ବିଜେଡିର ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ଏହାକୁ ନେଇ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡ଼ି ମହଲରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି। ତେବେ ଏଥର ନିର୍ବାଚନରେ ବିଜେଡି ଶାସନ ଦାୟିତ୍ୱ ତୁଳାଇଥିଲେ ଶ୍ରୀ ଦିଶାରୀଙ୍କୁ ଆଦିବାସୀ ମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯିବ ବୋଲି ସମର୍ଥକ ମହଳରେ ଚର୍ଚ୍ଚା ଜୋର ହେଉଥିଲା। ବର୍ତମାନ ମୋହନ ସରକାରଙ୍କ ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ଶ୍ରୀ ଦିଶାରୀଙ୍କୁ ଅନୁସୂଚିତ ଜାତି ବ୍ୟାପାର ଦାୟିତ୍ବ ଦେଇଥିବା ବେଳେ ବିରୋଧୀ ଦଳର ବିଧାୟକ ଭାବେ କେମିତି କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.