ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇନଷ୍ଚାଗ୍ରାମରେ ଡିଭୋର୍ସ । ଦୁବାଇର ପ୍ରଧାନମନ୍ତ୍ରୀଙ୍କ ଝିଅ ଶେଖ ମାହରା ବିନ୍ତ ମହମ୍ମଦ ବିନ୍ ରସିଦ ଅଲ ମକତୁମ ଇନଷ୍ଟାଗ୍ରାମରେ ନିଜ ସ୍ୱାମୀ ଶେଖ ମାନା ବିନ୍ ମହମ୍ମଦ ବିନ୍ ରସିଦ ବିନ୍ ମାନ ଅଲ ମକତୁରଙ୍କୁ ଛାଡପତ୍ର ଦେଇଥିବା ନେଇ ସୂଚନା ଦେଇଛନ୍ତି । ଝିଅ ସନ୍ତାନକୁ ଜନ୍ମ ଦେବାର ଦୁଇ ମାସ ପରେ ଶେଖ ମାହରା ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି । ଶେଖ ମହାରାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଅନେକ ଲୋକ ରାଜକୁମାରୀଙ୍କୁ ପ୍ରଶଂସା କରୁଛନ୍ତି । ଶେଖ ମାହରା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ପ୍ରିୟ ସ୍ୱାମୀ, ଯେହେତୁ ତୁମେ ଅନ୍ୟ ସାଥିଙ୍କ ସହ ବ୍ୟସ୍ତ ଅଛ, ସେଥିପାଇଁ ମୁଁ ତୁମକୁ ଛାଡପତ୍ର ଦେଉଛି, ମୁଁ ତୁମକୁ ଛାଡପତ୍ର ଦେଉଛି, ମୁଁ ତୁମକୁ ଛାଡପତ୍ର ଦେଉଛି । ଯତ୍ନ ନିଅ ତୁମର ପୂର୍ବ ପତ୍ନୀ। ରାଜକୁମାରୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କିରବାରେ ଲାଗିଛି ଏବଂ ବେଶ୍ ଭାଇରାଲ ହେଉଛି । ସେହିପରି ଏହି ଦମ୍ପତି ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି ଏବଂ ପରସ୍ପରର ସମସ୍ତ ଫଟୋ ଡିଲେଟ୍ କରିଛନ୍ତି । ତେବେ ଏହି ପୋଷ୍ଟ ଭାଇରାଲ ହେବା ପରେ କିଛି ଲୋକ ଏହା ଅନୁମାନ କରିଥିଲେ ଯେ ଶେଖ ମାହରାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ବାସ୍ତବରେ ଏହି ଦମ୍ପତି ଗତ ବର୍ଷ ମେ ମାସରେ ବିବାହ କରିଥିଲେ ଏବଂ ୧୨ ମାସ ପରେ, ଶେଖ ମହରା ଏକ ଝିଅକୁ ଜନ୍ମ ଦେଇଥିଲେ । ଯାହା ପରେ ସେ ସୋସିଆଲ ମିଡିଆରେ ନିଜ ଅନୁଭୂତି ସେୟାର କରିଥିଲେ । ଏପରିକି ସେ ତାଙ୍କର ଏବଂ ତାଙ୍କ ଶିଶୁଙ୍କର ଯତ୍ନ ନେଇଥିବାରୁ ଡାକ୍ତରଖାନା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ ଫଟୋରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା ।