ବରିଷ୍ଠ ଜ୍ୟୋତିଷଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ତିର୍ତ୍ତୋଲ: ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ଗ୍ରାମପଞ୍ଚାୟତର ବରିଷ୍ଠ ଜ୍ଯୋତିଷ ବ୍ରହ୍ମାନନ୍ଦ ନାୟକଙ୍କ ୬୬ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ନାୟକ ଜଣେ ବରିଷ୍ଠ ଜ୍ଯୋତିଷ ଭାବରେ ଜଣାଶୁଣା। ତାଙ୍କ ବିୟୋଗରେ ସଅଁରା ଗ୍ରାମପଞ୍ଚାୟତ ବିଜେଡି ସଭାପତି ସଚିତ୍ର ମୁଦୁଲି, ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଦାଶ, ତିର୍ତ୍ତୋଲ ବ୍ଲକ ଛାତ୍ର ବିଜେଡି ସଭାପତି କାଳନ୍ଦୀ ଦାଶ, ବିଜେଡି ଯୁବ ନେତା ନିହାର ମହାନ୍ତି, ଜିଲ୍ଲା ବିଜେଡି ସମ୍ପାଦକ ଦିଲ୍ଲିପ ମହାନ୍ତି,  ମୋହନ ଜେନା,

Omkar Vasthu
Omkar Vasthu

କଂଗ୍ରେସ ପଞ୍ଚାୟତ ସଭାପତି ବସନ୍ତ ପାତ୍ର, ବିଜେପି ନେତା ଅକ୍ଷୟ ବଲ୍ଲଭ ଦାଶ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗ୍ରାମ ଶ୍ମଶାନରେ ସ୍ବର୍ଗତ ନାୟକଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ତାଙ୍କର ଏକମାତ୍ର ପୁତ୍ର ପ୍ରଭୁ ଚରଣ ନାୟକ ମୁଖାଗ୍ନି ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.