ଶ୍ରାବଣ ମାସ ପାଇଁ କାଉଡିଆଙ୍କ ବିଭିନ୍ନ ଶୈବ ପୀଠରେ ଜଳ ଲାଗି ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଶ୍ରାବଣ ମାସ ଆରମ୍ଭ ହୋଇ ଗଲାଣି ତେଣୁ ଶୈବ ଭକ୍ତ କାଉଡିଆ ମାନେ ଆବଶ୍ୟକୀୟ ସାମାନ ଯଥା ବାହୁଙ୍ଗା, ଢାଳ, ହଳଦିଆ ବସ୍ତ୍ର, ଓ ଅନ୍ୟାନ୍ୟ ସାମାନ ଧରି ନିଜର ମନୋସ୍କାମନା ପୂର୍ଣ୍ଣ ସହିତ, ଜଗତ ଓ ବିଶ୍ୱର ମଙ୍ଗଳ ପାଇଁ ସେମାନେ ବିଭିର୍ଣ୍ଣ ଜଳାଶୟରୁ ପୁଜା ପାଠକରି ଜଳ ଧରି ନିଜ ଗନ୍ତବ୍ୟ ସ୍ଥଳ ଶୈବପୀଠରେ ଜଳ ଲାଗି କରିବା ପାଇଁ ଆଜିଠାରୁ ଲାଗି ଗଲେଣି।

ତେଣୁ ଗତ କାଲିଠାରୁ ଦୂର ଦୁରାନ୍ତକୁ ଯାଉଥିବା ଭକ୍ତ ମାନେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଠାରେ ଥିବା ଋଷିକୁଲ୍ୟା ନଦୀ ଯିଏକି ଗଙ୍ଗା ଠାରୁ ହଜାରେ ବର୍ଷ ରେ ବଡ଼, ଓ ସେହିସ୍ଥାନରେ ନଦୀର ଗତିପଥ ଉତ୍ତର ବାଙ୍କ ହୋଇ ପ୍ରବାହିତ ହୋଇ ଅଛି, ଏବଂ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମୟରେ ନଦୀରେ ଭାସି ଆସୁଥିବା ଏକ ଲାଉ ତୁମ୍ବାକୁପୂଜାକରୀ ତାକୁ ତୁମ୍ବେଶ୍ୱର ନାମ ଦେଇଥିଲେ। ସେହି ଦିନଠାରୁ ଏହି ପୀଠ ଓ ନଦୀରେ ହଜାର, ହଜାର କାଉଡିଆ ବୋଲ ବମ ଭକ୍ତ ମାନେ ଏହି ସ୍ଥାନରୁ ଜଳ ନେଇ ନିଜ ବାଞ୍ଚିତ ଶୈବ ପୀଠ ରେ ଠାକୁରଙ୍କୁ ଜଳ ଲାଗି କରିବା ପାଇଁ ଖାଲି ପାଦରେ ବହୁତ କିଲୋ ମିଟର ଚାଲି, ଚାଲି ସମସ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରିଥାନ୍ତି।

ତେଣୁ ଆଜି ଠାରୁ ଏଇ ବୋଲ ବମ ଯାତ୍ରା ଏହି ପ୍ରତାପୁର ଠାରୁ ର ଆରମ୍ଭ ହୋଇଛି। ଏବଂ ସେହି ସ୍ଥାନରେ ପ୍ରବଳ ଗହଳି ପାଇଁ ଗ୍ରାମବାସୀ, ଯୁବକ ସଙ୍ଘ ଓ ଜନ ପ୍ରତିନିଧି ତଥା ବାରୁଣୀ ଘାଟ କମିଟିର କର୍ମକର୍ତ୍ତା ଓ ବହୁ ବ୍ୟକ୍ତି ବିଶେଷ ମାନଙ୍କ ସହଯୋଗରେ ସେମାନେ ଓ ପୁରୁଷୋତ୍ତମପୁର ଥାନା ଷ୍ଟାପ ଙ୍କ ସହଯୋଗ ରେ ଏହା ଏକ ମାସ ପର୍ଯ୍ୟନ୍ତ ବିଶେଷ କରି ଶ୍ରାବଣ ପୂର୍ଣ୍ଣିମା ଯାଏ ଚାଲି ଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.