ଶ୍ରୀ ରାମ ଆଦର୍ଶ ଶିକ୍ଷା ନିକେତନରେ ବ୍ୟାସ ଜୟନ୍ତୀ ଓ ସମାବର୍ତ୍ତନ ଉତ୍ସବ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନରେ ମହର୍ଷି ବ୍ୟାସ ଦେଵଙ୍କ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି l ଉକ୍ତ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସ୍ଥାନୀୟ ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର ଉଦବୋଧନ ଦେଇ ଓଡିଶା ସମାଜର ଅବକ୍ଷୟ ଠାରୁ ଏହାର ପୁନର୍ଗଠନ, ଏଵଂ ଏହି ପରିପ୍ରେକ୍ଷୀରେରେ ଭାଷା ସାହିତ୍ୟର ଉନ୍ନତି ପାଇଁ ମହର୍ଷି ବ୍ୟାସଙ୍କ ଠାରୁ ବ୍ୟାସ କବି ଫକୀର ମୋହନଙ୍କ ଅବଦାନ ବ୍ୟାଖ୍ୟା କରିଥିଲେ l ନିକଟସ୍ଥ ବଟେଶ୍ୱର ଉଚ୍ଚ ବିଦ୍ୟାଳୟର ପଣ୍ଡିତ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ସାହୁ ମହାଶୟ ମହର୍ଷିଙ୍କ ଜନ୍ମ ବୃତାନ୍ତ ଏଵଂ ତାଙ୍କର ସମାଜକୁ ଅବଦାନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ କହିଥିଲେ l ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦାଶ, ସମାଜ ପୁନର୍ଗଠନରେ ଡକ୍ଟର ଜୀ ଓ ଶ୍ରୀ ଗୁରୁଜୀ ଙ୍କ ଅବଦାନ ସମାଜ ପାଇଁ ଆମର ନୈତିକ କର୍ତବ୍ୟ ବୁଝାଇଥିଲେ l ସ୍ଥାନୀୟ ଖଣ୍ଡ କାର୍ଯ୍ୟ ବାହ ଶ୍ରୀଯୁକ୍ତ ଦିନ ବନ୍ଧୁ ବେହେରା ଗୁରୁଦିବସ ପାଳନ ର ମହତ୍ୱବିଷୟରେ ବୁଝାଇଥିଲେ l ଏଵଂ ଅନୁଷ୍ଠାନ ରେ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ ମଧ୍ୟ ପାଳନ କରାଯାଇଥିଲା l ହିନ୍ଦୁତ୍ୱ ଚିନ୍ତା ଧାରା ରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ମାନେ ସ୍ୱତଃ ଟଙ୍କା- 4555/ରାଶି ଗୁରୁଦକ୍ଷିଣା ଭାବେ ସମର୍ପଣ କରିଥିଲେ l

ଉକ୍ତ ଉତ୍ସବ ପାଳନ ଅବସରରେ ଗତ 2023-24 ଶିକ୍ଷା ବର୍ଷ ରେ ନଗର ରେ ଦଶମ ଶ୍ରେଣୀ ରେ ଶୀର୍ଷ ସ୍ଥାନ ହାସଲ କରିଥିବାଦଶଜନ ଛାତ୍ର ଛାତ୍ରୀ ଯଥା ପାର୍ଥ, କାର୍ତ୍ତିକେୟ, ସୁମିତ, ରିତୁ, ସଂଶିତା, ଈଶାନ, ପ୍ରଜ୍ଞା, ଇତ୍ୟାଦି ଏବଂ ଯୁକ୍ତ ଦୁଇ ଶ୍ରେଣୀ ରେ ଶୀର୍ଷ ତ୍ବ ଲାଭ କରିଥିବା ଆଉ ପାଞ୍ଚ ଜଣ ହେଲେ ଶ୍ରେୟାଶ୍ରୀ, ସଂଗୀତା, ଶ୍ରୀୟା, ମୋହିନୀ, ଜଗତମୋହନ ଇତ୍ୟାଦି ଛାତ୍ର ଛାତ୍ରୀ ମାନଙ୍କୁ ନାମ ଫଳକ ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲାl ଶେଷରେ ଅନୁଷ୍ଠାନ ର ଉଦ୍ୟୋକ୍ତା ଶ୍ରୀମାନ ରାମ ଗୁରୁଜୀ ସମସ୍ତ ଅଥିତି ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.