ଉଛୁଲାଠାରେ ଭତରା କର୍ମଚାରୀ ସଂଘର ବନ୍ଧୁମିଳନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜୟପାଟଣା ବ୍ଳକ ଉଛୁଳାଠାରେ ରବିବାର ଭତରା କର୍ମଚାରୀ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କର୍ମଚାରୀ ସଂଘର ସଭାପତି ତୃପ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନ୍ଧୁ ମିଲନ ସମ୍ମିଳନୀରେ କଳାହାଣ୍ଡି ଭତରା ସମାଜର ସଭାପତି କୈଳାଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଭତରା ଜନ କଲ୍ୟାଣ ସମିତିର ଉପ-ସଭାପତି ଦୟାନିଧି ପୁଝାରୀ ମୁଖ୍ୟବକ୍ତା, ଜୟପାଟଣା ବ୍ଳକ ସଭାପତି ଦିଗାମ୍ବର ମାଝୀ, ଉଛୁଲା ସରପଞ୍ଚ ହେମନ୍ତ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦନ୍ତେବାଡାରୁ ଅଣାଯାଇଥିବା ମା’ ଦନ୍ତେଶ୍ବରୀଙ୍କ ଫୁଲ୍ ବିନତୀକୁ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ବାହାରି ସଭାସ୍ଥଳରେ ପହଞ୍ଚି ଥିଲେ। ମଞ୍ଚରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଏହି କ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋପିଚନ ନାଏକ, ନିଳକଣ୍ଠ ମାଝୀ, ରାମକୃଷ୍ଣ ମାଝୀ, ଲୋକନାଥ ମାଝୀ ଓ କ୍ଷୀରୋଦ ମାଝୀଙ୍କୁ ସମ୍ମାନିତ କରା ଯାଇଥିଲା। ସେହିପରି ଦଶମ ଓ ଯୁକ ଦୁଇରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚକୁ ସୁଧୀର ଧଙ୍ଗଡମାଝୀ ଓ ମହେନ୍ଦ୍ର ନିଆଲ ପରିଚାଳନା କରିଥିବାବେଳେ ଭୁବନେଶ୍ୱର ଦିଶାରୀ, ପରମେଶ୍ବର ଧ.ମାଝୀ, ବନ ଦଣ୍ଡସେନା, ଥବିର ଧ.ମାଝୀ ସମେତ ଉଛୁଲା ଆଞ୍ଚଳିକ ଭତରା ସମାଜର କର୍ମକର୍ତ୍ତା ମାନେ ସହଯୋଗ କରିପାରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.