ଭବାନୀପାଟଣା ନଗର ଆରଏସଏସର ଗୁରୁ ଦକ୍ଷିଣା ଉତ୍ସଵ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ନଗର ଶାଖା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଗୁରୁପୂର୍ଣ୍ଣିମା ଅବସରରେ ଭବାନୀପାଟଣା ବ୍ରଜ ବିହାର ବିଦ୍ୟା ମନ୍ଦିର ପ୍ରାର୍ଥନା ହଲରେ ବିଭାଗ ସଂଘ ଚାଳକ ଜୟ ନାରାୟଣ ବାବୁଙ୍କ ଅଧ୍ୟକ୍ଷତାରେ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି । ଶ୍ରାବଣ ପୂର୍ଣ୍ଣିମା ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏହି ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ରବିବାର ଭବାନୀପାଟଣା ନଗର ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସେବକ ମାନେ ବହୁ ସଂଖ୍ୟାରେ ଭବାନୀପାଟଣା ବିଦ୍ୟା ମନ୍ଦିର ଠାରେ ସମବେତ ହୋଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ସ୍ବୟଂ ସେବକ ଜୟରାମ ସାହୁ ସଂଘ ଗୀତ ଗାନ କରିଥିଲେ । ଏହାପରେ ସଂଘର ଧ୍ୱଜ ସ୍ଥାପନ କରାଯାଇଥିଲା । ଧ୍ୱଜ ସ୍ଥାପନା ପରେ ସ୍ୱୟଂ ସେବକ ମାନେ ଧ୍ୱଜ ପ୍ରଣାମ ଓ ପୁଷ୍ପାଞ୍ଜଳି ପ୍ରଦାନ କରି ସାଧ୍ୟ ମତେ ଗୁରୁ ଦକ୍ଷିଣା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ କଳାହାଣ୍ଡି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଜଗଦ୍ଦୀଶ୍ବର ମୁଣ୍ଡ ଯୋଗଦାନ କରି ଗୁରୁ ପୂର୍ଣ୍ଣିମା ଓ ଗୁରୁ ଦକ୍ଷିଣା ଉତ୍ସବର ଗୁରୁତ୍ଵ ପ୍ରତିପାଦନ କରି ଗୁରୁ ପୂଜନ ପରମ୍ପରା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଭିମୁଖ୍ୟ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ଭବାନୀପାଟଣା ନଗର ସଂଘ ଚାଳକ ଶ୍ରୀନିବାସ ଶର୍ମା ଯୋଗଦାନ କରିଥିଲେ । ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ପରେ ସଂଘର ସାମୁହିକ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଶିକ୍ଷକ ଭାବରେ ପ୍ରିୟାଂଶୁ ବେହେରା, ପ୍ରାର୍ଥନା ପ୍ରମୁଖ ଭାବରେ ବୁଦ୍ଧ ନାଏକ, ନଗର କାର୍ଯ୍ୟବାହ ବିଚିତ୍ରାନନ୍ଦ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱୟଂ ସେବକ ମାନଙ୍କ ମଧ୍ୟରେ ପ୍ରଦୀପ କୁମାର ନାଏକ, ବଦ୍ରୀ ନାରାୟଣ ପଟ୍ଟନାୟକ,ଦିଲୀପ କୁମାର ସା, କୈଶବ ବିହାରୀ, ହରେକୃଷ୍ଣ ଭୋଇ, ଗୌରଚନ୍ଦ୍ର ପଣ୍ଡା, ପ୍ରମୋଦ ଜୈନ, ଦୀନବନ୍ଧୁ ମୁଣ୍ଡ, ଗିରିଜା ମୁଣ୍ଡ, ଜୟନ୍ତ ପଣ୍ଡା , ବିଚିତ୍ରା ନନ୍ଦ ସ୍ୱାଇଁ, ଶିଶିର ଶିଶିର ପଟ୍ଟଯୋଷି, ବିଜୟଦେବ ସାହୁ, ନରହରି ପଟ୍ଟନାୟକ, ଭଣ୍ଡେଶ୍ୱର ମହାପାତ୍ର, ଗଙ୍ଗାଧର ବେଶ୍ରା ପ୍ରମୂଖଙ୍କ ସମେତ ୨୦୦ ରୁ ଉର୍ଦ୍ଧ୍ବ ସ୍ବୟଂ ସେବକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଂଘ ପ୍ରାର୍ଥନା କରାଯାଇ ଧ୍ଵଜ ଅବତରଣ କରଯାଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.