କିସ୍ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଭବାନୀପାଟଣା ବ୍ଲକ ବାଦିଲି ସ୍ଥିତ କିସ୍ ଆବାସିକ ବିଦ୍ୟାଳୟରେ ସମାଜସେବୀ ସଚ୍ଚିଦାନନ୍ଦ ମହାଖୁଡ଼ା ଓ କିସ୍ କଳାହାଣ୍ଡିର ସମସ୍ତ ସଦସ୍ୟଙ୍କ ମିଳିତ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

କିସ୍ କଳାହାଣ୍ଡିର ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନଙ୍କ ନେତୃତ୍ୱରେ କିସ୍ କଳାହାଣ୍ଡି କେମିତି ସବୁଜ ସୁନ୍ଦର ହେବ ସେ ସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ସମାଜସେବୀ, ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଆସୁଛନ୍ତି। କିସ୍ ର ଛାତ୍ରୀମାନେ ମିଶି ଡ଼. ସାମନ୍ତଙ୍କ ଆର୍ଟ ଅଫ ଗିଭିଙ୍ଗକୁ ବଜେଇ ରଖିବା ପାଇଁ ଚମ୍ପା, ବେଳ, ହରିଡ଼ା ଆଦି ଚାରା ଗଛ ସବୁ ଶ୍ରୀ ମହାଖୁଡଙ୍କୁ ଉପହାର ଦେଇଥିଲେ ଓ ତାଙ୍କ ନିକଟସ୍ଥ ଶିବ ମନ୍ଦିରରେ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.