ଘର ଭୁଶୁଡି ଗୋଟିଏ ପରିବାରର ୩ ଗୁରୁତର ଘଟଣା: ରାଜସ୍ବ ନିରୀକ୍ଷକଙ୍କ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଜୁରାବନ୍ଦ ପଞ୍ଚାୟତ ସ୍ଥିତ ନୁଆଁମୁଣ୍ଡା ଗାଁରେ ଲଗାଣ ବର୍ଷାରେ ଘର ଭୁଶୁଡି ପଡି ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ସୋମବାର ସଇଁତଲା ତହସିଲ ବିଭାଗ ତତ୍ପରତା ପ୍ରକାଶ ପାଇଁ ଟିକ୍ରାପଡା ରାଜସ୍ବ ନିରୀକ୍ଷକ ଅଶ୍ୱନୀ ସାମଲ ନୁଆଁମୁଣ୍ଡାକୁ ଗାଁକୁ ପରିଦର୍ଶନ ଯାଇ ଭୁଶୁଡି ପଡିଥିବା ଝାଟିମାଟି ଗୃହ ଦେଖିଥିଲେ। ଏହା ସହିତ ଆହତପରିବାର ଲୋକଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ। ଏହି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରି ରାଜସ୍ବ ନିରୀକ୍ଷକ ସଇଁତଲା ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

ପ୍ରକାଶ ଯେ, ଗତ ୨୦ ତାରିଖ ଦିନ ନୁଆଁମୁଣ୍ଡା ଗାଁର ମଥା ବରିହା ପରିବାରର ଭାଇ ଅଲେଖ, ଝିଅ ଅମ୍ବିକା (୨୩) , ନମିତା (୧୩) ଓ ଅନିଶା (୬) ଖାଇପିଇ ସାରି ଘରେ ଶୋଇ ପଡ଼ିଥିବା ସମୟରେ ଲଗାଣ ବର୍ଷା ହେବା ଦ୍ୱାରା ହଠାତ ରାତି ୧୦ ଘଣ୍ଟା ସମୟରେ ଘର ଭୁଶୁଡି ପଡିଥିଲା। ଏଥିରେ ପରିବାର ଲୋକେ ଚିତ୍କାର କରିବା ପରେ ଗାଁ ଲୋକେ ଉଭୟ ପରିବାରଙ୍କୁ ଉଦ୍ଧାର କରିଥିଲେ। ଏଥିରେ ଅମ୍ବିକାଙ୍କର ଛାତିରେ ଜୋର ଆଘାତ ଲାଗିଥିବା ବେଳେ ମଥା ଓ ଅଲେଖର ମଧ୍ୟ ଆଘାତ ଲାଗି ଚିକିତ୍ସା ହେଉଥିବା ଜଣାପଡିଛି। ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଝାଟିମାଟିରେ ଘର ନିର୍ମାଣ କରି ବସଵାସ କରି ରହୁଥିଲେ। ତେଣୁ ଏହି ଗରିବ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଆଇନଜୀବି ମୁକେଶ ଠାକୁର ଦାବୀ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.