ଧର୍ମଗଡ ଓ କୋକସରାର ବିଭିନ୍ନ ସ୍ଥାନରେ ରଥଯାତ୍ରା

ଧର୍ମଗଡ଼/କୋକସରା,୪/୭ : ଆଜି ଧର୍ମଗଡ଼ ଓ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ କାଳିଆ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଘୋଷଯାତ୍ରା ପ୍ରବଳ ଜନସମାଗମ, ଉତ୍ସାହ ଓ ଉଦ୍ଦିପନାର ସହ ସମାପନ ହୋଇ ଯାଇଛି । ପ୍ରଥମ ଥର ପାଇଁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମହୋଷଧି ବାଗ ଧର୍ମଗଡ଼ ସହରର ଘୋଷଯାତ୍ରାରେ ଛେରାପହରା କରି ଠାକୁରଙ୍କୁ ରଥାରୁଡ଼ ପରେ ରଥ ଟାଣି ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏଥିରେ ବିଦ୍ୟାଧର ସାହୁ ତୁଷାର ପଟ୍ଟଯୋଶୀ ଓ ଜଗନ୍ନାଥ ସେବା ସମିତି ର କର୍ମକର୍ତା ମାନେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କୋକସରା ଠାରେ ଆୟୋଜିତ ଘୋଷଯାତ୍ରା ରେ ଗୌନ୍ତିଆ ଉମେଶ ଚନ୍ଦ୍ର ପ୍ରଧାନୀ ଛେରାପହରା କରିଥିବା ବେଳେ ପୂଜକ ପ୍ରଦୀପ କୁମାର ପଟ୍ଟଯୋଶୀ କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳା ର ସହିତ ଘୋଷଯାତ୍ରା ସମାପନ କରିଥିଲେ  ।

Udyog Nursery
Udyogi Nursery

 

ସେହିପରି ମୋଟେର ଠାରେ ହେଇ ଥିବା ଘୋଷଯାତ୍ରା ରେ ଗୌନ୍ତିଆ ଫକୀର ପଟଯୋଶୀ ପୂଜକ ସନାତନ ଦାସ ଓ ଜଗନ୍ନାଥ ମନ୍ଦିର କମିଟି ର କର୍ମକର୍ତା ମାନଙ୍କ ସହଯୋଗ ରେ ଶୃଙ୍ଖଳା ର ସହ ସମାପନ ହୋଇଥିଲା 

ଏହି ଘୋଷଯାତ୍ରା ଉପଲକ୍ଷେ ମୋଟେର ଜଗନ୍ନାଥ ମନ୍ଦିର କମିଟି ଓ ଗ୍ରାମ ବାସି ଙ୍କ ସହଯୋଗ ରେ ଏକ ଭଜନ ସମାରୋହ ଆୟୋଜିତ ହୋଇଥିଲା ସୁରମହକ ମୁଜିକାଲ ଗ୍ରୁପ ର କଳାକାର ମାନେ ସୁନ୍ଦର କାଳିଆ ଭଜନ ଶୁଣେଇ ଭକ୍ତ ଙ୍କ ମନ ମୋହିଥିଲେ ଏହି କାର୍ଯ୍ୟକ୍ରମ ରେ ମନମୋହନ ଦାସ ବିନୋଦ ପଟେଳ ପ୍ରମୁଖ ସହଯୋଗ କରିଥିଲେ । ମୋଟେର ଫାଣ୍ଡି ଅଧିକାରୀ ଶ୍ରୀ ଶେଖର ଜେନା ଟ୍ରାଫିକ ନିୟନ୍ତ୍ରଣ,ଶୃଙ୍ଖଳା ଓ ଭଜନ ସମାରୋହ ରେ ଭାଗ ନେଇ ସୁନ୍ଦର ଭଜନ ପରିବେଷଣ କରିଥିଲେ । 

ଧର୍ମଗଡ଼ରୁ ଲବଣି ରାଉତ ଓ କୋକସରାରୁ ହିରଣ୍ୟ ବେହେରା ଙ୍କ ରିପୋର୍ଟ odiabarta.In
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.