ବିପଦପୂର୍ଣ୍ଣ ଅବସ୍ଥାରେ ଦୁଇଗୋଟି ଶ୍ରେଣୀ କୋଠରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା କାଉବୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁଇଟି ଶ୍ରେଣୀ ଗୃହବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଅଛି । ଏହି ସ୍କୁଲରେ ଚଳିତ ଶିକ୍ଷାବର୍ଷ ପାଇଁ ୨୦୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁ ଥିବା ବେଳେ ୩ଜଣ ଶିକ୍ଷକ ଏବଂ ୨ଜଣ ଶିକ୍ଷୟିତ୍ରୀ ରହିଛନ୍ତି । ହେଲେ ବିଦ୍ୟାଳୟ ରେ ତିନିଗୋଟି ଶ୍ରେଣୀ ଗୃହ ଥିବା ବେଳେ ଦୁଇଟି ଶ୍ରେଣୀ ଗୃହରେ ଛାତରୁ ବେଳେ ବେଳେ ଅତଡା ଖସୁଛି ଏବଂ ବର୍ଷା ପାଣି ମଧ୍ୟ ଛାତ ଓ କାନ୍ଥରୁ ଝରି କୋଠରୀ ଓଦା ହୋଇ ଯାଉଛି ଯାହାଫଳରେ । ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ପାଠ ପଢେଇବାକୁ ପଡୁଛି ।

ବର୍ଷା ବହୁ ମାତ୍ରାରେ ହେଲେ ପାଠ ପଢାରେ ବାଧା ହେବା ଛିଡା ହେବା ପାଇଁ ଜାଗା ମିଳୁନି । ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଚକ୍ରଧର ବେଶ୍ରା ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟଶଙ୍କର ପାଠୀ ପ୍ରକାଶ ପୂର୍ବରୁ ଅନେକଥର ପ୍ରଶାସନକୁ ଲିଖିତ ଅଭିଯୋଗ ଦେଇଛୁ ଏବଂ ବର୍ତ୍ତମାନ କଳାହାଣ୍ଡି ସାଂସଦ ମାଲବିକା ଦେବୀ ଧର୍ମଗତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ ମଧ୍ୟ ଅବଗତ କରିଥିବା ନେଇ ପ୍ରକାଶ କରିଛନ୍ତି । ଖବର ପ୍ରସାରଣ ପରେ ରାଜନୈତିକ ଓ ପ୍ରଶାସନିକ ସ୍ତରରୁ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ଅଭାବ ସମସ୍ୟାର ସମାଧାନ ପାଇଁ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.