କାଉଡୋଲାଠାରେ ଧନ୍ବନ୍ତରି ସଂଘର ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ନିୟନ୍ତ୍ରଣ ବଜାୟ କମିଟି ପରିସରରେ ମଙ୍ଗଳବାର ବ୍ଳକ ଧନ୍ବନ୍ତରି ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବ୍ଳକ ସଭାପତି ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଗ୍ରାମରୁ ବୈଦମାନେ ଯୋଗଦେଇ ଥିଲେ। ବୈଠକରେ ବୈଦ ମାନଙ୍କର ସମାଗମ ଓ ଆଗାମୀ ଧନ୍ବନ୍ତରି ଦିବସ କୋକସରା ଠାରେ ପାଳନ କରିବା ନିମନ୍ତେ ଆଲୋଚନା ହୋଇଥିଲା।

ଉକ୍ତ ବୈଠକରେ ସମ୍ପାଦକ ଲଲିତ ଶବର, ଉପ ସଭାପତି କୃପାସିନ୍ଧୁ ଶବର, ସହ ସମ୍ପାଦକ ଡମ୍ବରୁଧର ନାଏକ, କୋଷାଧ୍ୟକ୍ଷ ମନ୍ମଥ ନାଏକ, ବୈଦ ଅରବିନ୍ଦ ପଟ୍ଟନାୟକ, ଲଲିତ ଚଳାନ, ବିଶ୍ବମ୍ବର ମହାନନ୍ଦ, ମୁକୁନ୍ଦ ରାଉତ, ଚିତ୍ରସେନ ବାଗ, ଭୁଜବଳ ନାଏକ, ବନମାଳୀ ଶବର, ବଳସିଂ ଶବର, ମଦନ ଧରୁଆ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.