ଶାନ୍ତପୁର ଆରୋଗ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ରିୟ ଟିମ୍

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରିୟ ଟିମ୍। ଜାଜୀୟ ଗୁଣବତ୍ତା ପରିକ୍ଷଣ ଦଳ (ଏନକ୍ୟୁଏଏସ) ଦିଲ୍ଲୀରୁ ଆସିଥିବା ଏହି ଟିମରେ ଡ଼. ଅବନ୍ତିକା ଶୁକ୍ଲା ଓ ଡ଼. ଭି ସ୍ବେତା ଶାନ୍ତପୁର ଆରୋଗ୍ୟ ମନ୍ଦିରକୁ ପରିଦର୍ଶନ କରିବା ସହ ଏହାର ସାତ ଗୋଟି ସେବା ଯୋଜନାକୁ ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନରେ ସଫଳ ହେଲେ ଏହି କେନ୍ଦ୍ର ଯୋଗ୍ୟ ବିବେଚିତ ହେବ। କେନ୍ଦ୍ରିୟ ପର୍ଯ୍ୟବେକ୍ଷଣ ଦଳ ସହ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଚେତା ପାଣି, ଡିପିଏମ ଭବାନୀଶଙ୍କର ସାହୁ, ଏଏନ କ୍ବାଲିଟି ରିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୁଖ୍ୟ ଚିକିତ୍ସାଧିକାରୀ ଡ. ଅକ୍ଷୟ କୁମାର ଗୋଚ୍ଛାୟତ, ବିପିଏମ ସବିର ପଧାନ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଶାନ୍ତପୁରର ସିଏଚଓ ମିନାକ୍ଷୀ ଠାକୁର, ମହିଳା ସ୍ବାସ୍ଥ୍ୟକର୍ମୀ ଗୀତାଞ୍ଜଳି ଦାଶ, ପୁରୁଷ ସ୍ବାସ୍ଥ୍ୟକର୍ମୀ ସୁଜିତ ଦାଶ ଓ ଏହି କେନ୍ଦ୍ର ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶାକର୍ମୀ ଉପସ୍ଥିତ ରହି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳକୁ ସମସ୍ତ ତଥ୍ୟ ପ୍ରଦାନ କରିବାସହ ଏହି କେନ୍ଦ୍ରରେ ଚାଲିଥିବା ସମସ୍ତ ଗୁଣବତ୍ତା ସେବା ଗୁଡ଼ିକ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ଶାନ୍ତପୁର ଆରୋଗ୍ୟ କେନ୍ଦ୍ରର ଗୁଣବତ୍ତା ସଂପନ୍ନ ସମସ୍ତ ସେବାଗୁଡିକୁ ପର୍ଯ୍ୟବେକ୍ଷଣ କରି କେନ୍ଦ୍ରିୟ ଦଳ ସନ୍ତୋଷବ୍ୟକ୍ତ କରିଥିବା ଜଣାପଡିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲା ବ୍ଲକର ସର୍ଗିଗୁଡା, ମୁସ୍କୁଟି ଓ ସେରଗଡ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗତବର୍ଷ ଗୁଣବତ୍ତା ସେବା ପ୍ରଦାନ ପାଇଁ ପ୍ରମାଣପତ୍ର ପାଇ ସାରିଛନ୍ତି। ଆସନ୍ତା ୯/୮ ରେ ଗିଗିନା ଆରୋଗ୍ୟ ମନ୍ଦିରର ଗୁଣବତ୍ତା ସେବା କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବେ କେନ୍ଦ୍ରୀୟ ଟିମ ବୋଲି ନର୍ଲା ବିପିମ୍ ଶ୍ରୀ ପଧାନ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.