ପ୍ରଧାନଶିକ୍ଷକ ବିନ୍ୟାବିନ ତାଣ୍ଡିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଖର୍ଲିକାନୀ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନ୍ୟାବିନ ତାଣ୍ଡିଙ୍କୁ ବୁଧବାର ବିଦ୍ୟାଳୟ ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ବିଦ୍ୟାଳୟର ସହକାରୀ ଶିକ୍ଷକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବରେ ସିଆରସିସି ଶେଷଦେବ ପ୍ରଧାନ, ମୁଖ୍ୟବକ୍ତା ଯୁନାନିମାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଟିକେଲାଲ ମେହେର ଓ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ହରିଶଙ୍କର ଭୋଇ ପ୍ରମୁଖ ଯୋଗଦାନ କରି ପ୍ରଧାନ ଶିକ୍ଷକ ଶ୍ରୀ ତାଣ୍ଡି ଶିକ୍ଷାଦାନ କ୍ଷେତ୍ରରେ ଜଣେ କର୍ତ୍ତବ୍ୟ ନିଷ୍ଠ ଶିକ୍ଷକ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ l ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବେଶ ଆଗ୍ରହ କରୁଥିଲେ l ତାଙ୍କର ଅବସର ହେବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ନିରାଶ ହେବାକୁ ପଡିଛି ବୋଲି  ମତବ୍ୟକ୍ତ କରିଥିଲେ l

Omkar Vasthu
Omkar Vasthu

ଏହି ସମୟରେ ଶିକ୍ଷକ ରୁପାଧର ବାଗ, ମନୋହର ବାଗ, ବିକ୍ରମ ଭୋଇ, ରମେଶ ଭୋଇ, ନରେନ ଭୋଇ, ମୁନୁ ବାଗ, ନବୀନ ଭୋଇ, ଗୋଲାପୀ ବାଗ, ମିତା ବାଗ, ଜହ୍ନବୀ ଭୋଇ, ବିମଳା ଭୋଇ, ଆନୁସୟା ବାଗ ଓ ଅରୁଣା ବାଗଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.