ନର୍ଲାରେ ବିନା ହେଲମେଟରେ ମିଳୁନି ପେଟ୍ରୋଲ: କଡାକଡି ହୋଇଛି ‘ନୋ ହେଲମେଟ ନୋ ପେଟ୍ରୋଲ’ ନିୟମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ବିନା ହେଲମେଟରେ ମିଳୁନି ପେଟ୍ରୋଲ। ଆଜି ଅଗଷ୍ଟ ୧ରୁ କଳାହାଣ୍ଡି ଜିଲ୍ଲାରେ କଡାକଡି ହୋଇଛି ‘ନୋ ହେଲମେଟ ନୋ ପେଟ୍ରୋଲ’ ନିୟମ। କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ପୂର୍ବରୁ ଏକ ପତ୍ର ମାଧ୍ୟମରେ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶକୁ ଜିଲ୍ଲାରେ ଗୁରୁବାରଠାରୁ ପେଟ୍ରୋଲ ଭରିବା ସମୟରେ ଚାଳକ ଜଣକ ହେଲ୍‌ମେଟ ପିନ୍ଧିଛନ୍ତି କି ନାହିଁ ପେଟ୍ରୋଲ ପମ୍ପ ମାଳିକ ନଜର ରଖିବେ।

Omkar Vasthu
Omkar Vasthu

ଯଦି କୈଣସି ଚାଳକ ହେଲମେଟ ପିନ୍ଧି ନାହାନ୍ତି ତେବେ ତାଙ୍କୁ କୌଣସି ବି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦିଆଯିବ ନାହିଁ। ସବୁ ପେଟ୍ରୋଲ ପମ୍ପରେ ଏହି ନିୟମ କାର୍ଯ୍ୟକାରୀ କରାଇବାକୁ ଜିଲ୍ଲା ଯୋଗାଣ ବିଭାଗକୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ହୋଇଛି। ଜିଲ୍ଲାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ଏଥ୍‌ଜନିତ ମୃତ୍ୟୁ ନିୟନ୍ତ୍ରଣ ପାଇଁ ଜିଲା ପ୍ରଶାସନ ଯୋଗାଣ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଫଳରେ ଆଜି ସକାଳୁ ନର୍ଲାରେ ରହିଥିବା ତିନିଗୋଟି ପେଟ୍ରୋଲ ପମ୍ପରେ ଏହି ନିୟମକୁ କଡାକଡି ପାଳନ କରାଯାଉଛି।

Pearl dental clinic
Near Ashish Medical Store, Bhawanipatna

ଗୁରୁବାର ସକାଳୁ ନର୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି ନର୍ଲାର ସମସ୍ତ ପେଟ୍ରୋଲ ପମ୍ପ ବୁଲି ଫଟୋ ଉଠାଇବା ସହ ପେଟ୍ରୋଲ ପମ୍ପ ମାଲିକ ମାନଙ୍କୁ ‘ନୋ ହେଲମେଟ ନୋ ପେଟ୍ରୋଲ’ ନିୟମକୁ କଡାକଡି କରିବା ପାଇଁ ତାଗିଦ କରିଥିବା ଜଣାପଡ଼ିଛି। ଏବଂ ଆଗରୁ ବିନା ହେଲମେଟ ପାରିଧାନରେ ଗାଡ଼ିଚଳନାରେ ଅଭ୍ୟସ୍ତ ବାଇକ ଚାଳକ ମାନେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନପାଇ ନିରାଶ ହୋଇ ଫେରି ଯାଉଥିବା ଦେଖିବାକୁ ମିଳୁଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.