ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଡ଼ିପ୍ଲୋମା ସ୍ବତନ୍ତ୍ର ଶିକ୍ଷା, ବିଏଡ଼ ସ୍ୱତନ୍ତ୍ର ଶିକ୍ଷା ଏବଂ ମନୋବିଜ୍ଞାନ ସ୍ନାତ୍ତକୋତର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ ଉତ୍ସବରେ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ତଥା ନବାଗତଙ୍କ ଅବିଭାବକ ମାନଙ୍କୁ ଫୁଲ,ଚ଼ନ୍ଦନ ଲଗାଇ ସ୍ନେହ,ଶ୍ରଦ୍ଧା ସହ ଶୁଭେଚ୍ଛା ଅର୍ପଣ କରିଥିଲେ। ଏହି ଉତ୍ସବରେ ଚେତନା ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼ଃ ନାରୟଣ ଚନ୍ଦ୍ର ପତି ଏବଂ ଉପଦେଷ୍ଠା ଡ଼ଃ ବିଜୟା ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵତନ୍ତ୍ର ଶିକ୍ଷାର ମହତ୍ୱ ଏବଂ ସ୍ଵତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ପରେ ବିଦ୍ୟାର୍ଥୀଙ୍କ ଉଜ୍ବଳ ଭବିଷ୍ୟତ ଉପରେ ଆଲୋକପାତ କରାଇଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ପ୍ରକୃତ ଶିକ୍ଷାର ମହତ୍ତ୍ବ ସମ୍ପର୍କରେ ବୁଝାଇବା ସହ ମହାବିଦ୍ୟାଳୟର ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ। ସଭାରେ ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ କର, ଶିକ୍ଷା ବିଭାଗୀୟ ମୁଖ୍ୟ ଡ଼ଃ ଭାଗିରଥି ମହାପାତ୍ର, ମନୋବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ ବିଚିତ୍ରାନନ୍ଦ ସ୍ୱାଇଁ, ଚେତନା ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସବିତା ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ପରାମର୍ଶ ଦେବା ସହ ଦିଗଦର୍ଶନ ପ୍ରଦାନ କରିଥିଲେ। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟର ଅନୁଭୂତି ବର୍ଣ୍ଣନା କରିଥିଲେ। ଚେତନା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଦେବାଶିଷ ପତି ଏବଂ ସୁଶ୍ରୀ ଅନିତା ସ୍ମିତା ବାରିକ ମଞ୍ଚ ପରିଚାଳନା କରିଥିଲେ। ସଭାରେ ଦ୍ଵିତୀୟ ବର୍ଷର ଛାତ୍ର ଶ୍ରୀ ଅଭୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.