ବଡ଼ଗାଁ ଠାରେ ସମ୍ବଲପୁରୀ ଦିନ୍ ପାଳିତ

ଓଡ଼ିଆ ବାର୍ତ୍ତା/ ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଠାରେ  ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନ ପାମରା ପକ୍ଷରୁ ‘ସମ୍ବଲପୁରୀ ଦିନ୍’ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ଗାଁ ବିଡ଼ିଓ ସୁମତି ପଣ୍ଡା, ଉସାବତୀ ଗରଡିଆ, ଚେୟାରମେନ ଦୁଲାରୀ ସୋରେଙ୍ଗ, ରଶ୍ମିତା ପଟେଲ, ଜିଲ୍ଲା ପରିଷଦ ସଦସ୍ୟ ଅମୀୟ ପ୍ରଧାନ, ଏମଆଇ ଶିବାନୀ ବାରଳା ଯୋଗ ଦେଇଥିଲେ। ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନର ପ୍ରତିଷ୍ଠାତା ଟୋନିସ ରୋହିଦାସ, ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ଭୋଇ, କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବାବେଳେ ଅନୁଷ୍ଠାନର ଅନିଲ ରଣା, ବିକ୍ରମ କମାର, ଚିନ୍ତାମଣି ରଣାଙ୍କ ସମେତ ଅନୁଷ୍ଠାନର କର୍ମକର୍ତା ସହଯୋଗ କରିଥିଲେ।

କବି ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିନ ଅଗଷ୍ଟ ୧କୁ ସାରା ପଶ୍ଚିମାଞ୍ଚଳ ସମ୍ବଲପୁରୀ ଦିନ୍ ଭାବେ କରି ଆସୁଛି। ସେହି କ୍ରମରେ ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନ ମଧ୍ୟ ଏହି ଦିବସକୁ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳନ କରିଛି। ଏହି କାର୍ଯ୍ୟକ୍ରମରେ ବହୁ କଳାକାର ସମ୍ବଲପୁରୀ ନାଚ ଗୀତ ପରିବେଷଣ କରିଥିବାବେଳେ କବି ମାନେ ମଧ୍ୟ୍ୟ ସମ୍ବଲପୁରୀ କବିତା ପାଠ କରିଥିଲେ। କଳାକାର ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିଲା। ଜୟ କୁମାରୀ ସା, ଆରୋଷୀ ପୁରାଲେ, ସୋମ୍ୟଶ୍ରୀ ପଣ୍ଡା, ପାୟଲ, ମିକି, କଳ୍ପନା, ପୁନମ, କାଜଲ, ଲିଜା, ଅର୍ଜୁନ ତାଣ୍ଡିଆ, ରବିକାନ୍ତ ବୁଡା,ସମ୍ବଲପୁରୀ ନାଚ ଗୀତ ଓ କବିତା ପରିବେଷଣ କରିଥିଲେ। ଏହାସହୁ  ସୁନାଜୋର ଠାରେ ମଧ୍ୟ ଅନୁଷ୍ଠାନର ସଦସ୍ୟ ପ୍ରତାପ ଦାସଙ୍କ ନେତୃତ୍ୱରେ ସମ୍ବଲପୁରୀ ଦିନ୍ ପାଳିତ ହୋଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.