ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧିନରେ ଥିବା ସର୍ଗୀଗୁଡା ଠାରେ ରବିବାର ସକାଳୁ ଭାଲୁ କାମୁଡାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତଙ୍କୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ସୂଚନା ଅନୁସାରେ,ଆଜି ସକାଳୁ ବଡପୋଡ଼ାଗୁଡା ପଞ୍ଚାୟତର ସର୍ଗୀଗୁଡା ଗ୍ରାମର ଡମ୍ବୁରୁଧର ମାଝୀ ନିଜ ଚାଷ ଜମିକୁ ଯିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ଜଣା ପଡିଛି।ଡମ୍ବୁରୁଙ୍କୁ ହାତ ଓ ଗୋଡ଼ରେ କାମୁଡି ଥିବା ବେଳେ ଗଭୀର କ୍ଷତ ହୋଇ ଅଧିକ ରକ୍ତସ୍ରାବ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Omkar Vasthu
Omkar Vasthu

ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଡମ୍ବରୁଧର ମାଝି ପରିବାରର ଏକ ମାତ୍ର ରୋଜଗାରିଆ ହୋଇଥିବା ବେଳେ ଏବେ ଚିନ୍ତାରେ ଭାଙ୍ଗିପଡିଛନ୍ତି ପୁରା ପରିବାର। ତେବେ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପରିବାର ପକ୍ଷରୁ ଦାବି ହୋଇଛି। ଖବର ପାଇ ଆମପାଣି ବନ ବିଭାଗର କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ସରକାରୀ ସ୍ତରରେ ଯେଉଁ ସବୁ ସୁବିଧା ଅଛି ଯୋଗାଇ ଦିଆଯିବ ବୋଲି କହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.