ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନାହିଁ ବୋଲି ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଗାଁ କୁ ନିତିଦିନିଆ ରାସ୍ତା ଖଣ୍ଡେ ନାହିଁ ବୋଲି ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ବର୍ଷା ଦିନେ ଗ୍ରାମବାସୀଙ୍କ ପାଇଁ ବଢିଥାଏ ଦୁର୍ଦ୍ଦଶା ହିଁ ଦୁର୍ଦ୍ଦଶା।  ବାଧାପ୍ରାପ୍ତ ହୋଇଥାଏ ଜରୁରୀକାଳୀନ ସେବା। ଏଭଳି ଅନେକ ସମସ୍ୟା ମଧ୍ୟରୁ ଅପହଞ୍ଚ ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅଡ୍ରୀ ଗ୍ରାମ ପଞ୍ଚାୟତର କୋକେଲ ପଦର ଗାଁରେ।ଏହି ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ ବୋଲି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ ଖଟିଆରେ ବୁହାହୋଇ ୩ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ଆଣିବାର ଦୟନୀୟ ଚିତ୍ର ନଜରକୁ ଆସିଛି।ଗ୍ରାମର ଅର୍ଜୁନ ମାଝୀଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ(୨୭) ନାମକ ଏହି ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରଖାନାକୁ ନେବା ସକାଶେ ପରିବାର ଲୋକେ ଆମ୍ବୁଲାନ୍ସର ସହାୟତା ଲୋଡ଼ିଥିଲେ।

Omkar Vasthu
Omkar Vasthu

କିନ୍ତୁ ଦୁର୍ଭାଗ୍ୟ ଏବଂ ବିଡମ୍ବନାର ବିଷୟ ଗାଁକୁ ରାସ୍ତା ନଥିବା ହେତୁ ଆମ୍ବୁଲାନ୍ସଟି ଗାଁକୁ ପହଞ୍ଚି ପାରିନଥିଲା। ଯାହାଫଳରେ ଗର୍ଭବତୀ ମହିଳାଙ୍କ ସଂପର୍କୀୟ ଲୋକେ ବାଧ୍ୟ ହୋଇ ଖଟିଆରେ ବୋହି ବଡବଫଲା ଗାଁ ନିକଟରେ ଅଟକି ରହିଥିବା ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ଅଡ୍ରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ବିଳମ୍ବ ଯୋଗେ ମେଡିକାଲ୍ ପହଞ୍ଚି ଥିଲେ ବି ମାଁ ଓ ନବଜାତ ଶିଶୁର ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ରହିଥିବା ସୁଚନା ମିଳିଛି। ଥୁଆମୂଳ ରାମପୁର ବ୍ଲକର ଅନେକ ଗାଁ ଗୁଡ଼ିକରେ ରାସ୍ତା ଘାଟର ସମସ୍ୟା ଲାଗି ରହିଥିବା ଯୋଗୁଁ ସଦାସର୍ବଦା ଏଭଳି ପରିସ୍ଥିତର ସମୁଖୀନ ହେବାକୁ ପଡ଼ିଥାଏ। ଥୁଆମୂଳ ରାମପୁର ବ୍ଲକରେ ଥିବା ସମସ୍ତ ଅପହଞ୍ଚ ତଥା ଉପାନ୍ତ ଇଲାକାକୁ କେବେ ହେବ ଗମନାଗମନର ସୁବ୍ୟବସ୍ଥା ଏବଂ କେବେ ଏସବୁ ଅଞ୍ଚଳର ଲୋକେ ଏଭଳି ସମସ୍ୟାରୁ ମୁକ୍ତ ହେବେ ସରକାର ଏସବୁ ଅଞ୍ଚଳ ପାଇଁ ଗମନାଗମନର ବାଟ କାଢିବେ ତହା ଦେଖିବା ବାକି ରହିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.