ସ୍ୱାମୀ ବିବେକାନନ୍ଦଙ୍କ ମହାସମାଧି ଦିବସ ପାଳିତ

କଳାହାଣ୍ଡି,୫/୭: ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ୍ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ମହାସମାଧି ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ କର୍ମଶାଳାରେ ଅତିଥି ଭାବେ ଅଧିବକ୍ତା ତଥା ସମାଜସେବୀ ଅଜିତରତ୍ନ ସେନାପତି, କିଟ୍ ଓ କିସ୍’ର ଜିଲ୍ଲା ପ୍ରତିନିଧି ଦୁଷ୍ମନ୍ତ ପ୍ରଧାନ, ଅଧିବକ୍ତା ଯୋଗେଶ ନାଏକ ମଂଚାସୀନ ଥିବାବେଳେ ବିଦ୍ୟାଳୟର ସଭାପତି ତଥା ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବ୍ରହ୍ମାନନ୍ଦ ସାମଲ ସଭାପତିତ୍ୱ କରିଥିଲେ।

ଶିକ୍ଷୟିତ୍ରୀ ସାଗରିକା ଦାସ ସଭା ପରିଚାଳନା କରିଥିବା ବେଳେ ଦକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଓମ ଧ୍ୱନି ତ୍ରିପାଠୀ, ଷଷ୍ଠୀ ଖମାରୀ, ଅଂଶୁମାନ ମହାନ୍ତି, ରୋନାଲଡୋ ବାରିକ, ସିଦ୍ଧାନ୍ତ ପାଢ଼ୀ, ଆଶିଷ ସରାଫ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ପ୍ରୀତିସା ପଟ୍ଟନାୟକ, ରାଶିଲା ଦେବୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

୨୪x୭ ଖବର ଓ ବିଚାର ଏଲର୍ଟ ପାଇବା ପାଇଁ ଏଠି କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.