ଫକୀରମୋହନ ବିଶ୍ବବିଦ୍ୟାଳୟରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ମାନେ ହସ୍ତତନ୍ତ କପଡାରେ ପ୍ରସ୍ତୁତ ପୋଷାକ ପରିଧାନ କରିଥିଲେ।

Omkar Vasthu
Omkar Vasthu

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ,କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବିତ୍ତ ନିୟନ୍ତ୍ରକ କରନ ସୋରେନ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟଙ୍କ ସମେତ ଅନ୍ଯମାନେ ଏହି ଦିନକୁ ଆନନ୍ଦର ସହ ପାଳନ କରିଥିଲେ।ପ୍ରତିବର୍ଷ ଅଗଷ୍ଟ ମାସର ଆଠ ତାରିଖରେ ଏହି ଦିବସକୁ ପାଳନ କରିବା ସହ ପ୍ରତି ସପ୍ତାହର ଶୁକ୍ରବାର ଦିନ ବିଶ୍ବବିଦ୍ୟାଳୟରେ ହସ୍ତତନ୍ତ କାରିଗରଙ୍କ ଦ୍ବାରା ବୁଣା ଯାଇଥିବା ପୋଷାକ ପରିଧାନ କରିବାର ନିୟମ ପ୍ରଣୟନ କରାଯାଇଛି। ଏହା ଦ୍ବାରା ବୁଣାକାର ଓ ହସ୍ତତନ୍ତ ଶିଳ୍ପକୁ ବେଉଷା କରି ଜୀବନଜୀବିକା ନିର୍ବାହ କରୁଥିବା ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀର ବ୍ୟବହାର ସଠିକ ରୂପେ ହୋଇପାରିବ। ଏହି ଶିଳ୍ପକୁ ପ୍ରୋତ୍ସାହିତ କରିବାର ପ୍ରୟାସକୁ ସ୍ବାଗତ କରି ବିଶ୍ୱବିଦ୍ୟାଳୟରେ ହସ୍ତତନ୍ତ ଦିବସ ପାଳନ କରାଯାଇଛି। ଏହି ପରିପାଟୀ ସହ କର୍ମଚାରୀ ମାନେ ମଧ୍ଯ ନିଜ ଖୁସିବ୍ୟକ୍ତ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.