ପଞ୍ଚାୟତ କଲେଜ ଧର୍ମଗଡ଼ ଠାରେ କୌଶଳ ରଥକୁ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ, କଳାହାଣ୍ଡି ସୌଜନ୍ୟରେ ଆଜି କୋକସରା ବ୍ଲକ ଆମପାଣିରୁ ବାହାରିଥିବା କୌଶଳ ରଥ ଧର୍ମଗଡ଼ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟରେ ପହଞ୍ଚିଥିଲା। କୌଶଳ ରଥକୁ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ମାନେ କୌଶଳ ରଥ ବସ୍ ଭିତରକୁ ଯାଇ ଡ୍ରାଇଭିଙ୍ଗ୍ ସିମୁଲେଟର୍ ଚଳେଇବା ସହ ଡ୍ରୋନ୍, ୩ଡି ପ୍ରିଣ୍ଟ ମେସିନ୍, (କ୍ରୃତ୍ରିମ ବାସ୍ତବତା)ଆର୍ଟିଫିସିଆଲ୍ ରିଏଲିଟି/ ଭିସାଲ୍ ରିଏଲିଟି ଆଦି ବୁଲି ଦେଖିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଧୀମନ ଚକମା, ଧର୍ମଗଡ଼, ଜୁନାଗଡ଼ ଓ କୋକସରା ତହସିଲଦାର, ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ, ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ, ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ଅଶୋକ ବେହେରା, ନିମାଇଁ ପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Omkar Vasthu
Omkar Vasthu

କୌଶଳ ରଥ ସହ ଆସିଥିବା ସୁବିଦିତ ସାମନ୍ତରାୟ ଏବଂ ସି.ଏମ୍ ସ୍କିଲ୍ ଫେଲୋ ପ୍ରିୟା ଓ କେଶଭଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆଧାରିତ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଖେଳ ଶିକ୍ଷକ ଅଭୟ ବାଗ, ସନ୍ତୋଷ ପାଣିଗ୍ରାହୀ, ଖେଳ ଶିକ୍ଷୟିତ୍ରୀ ବୀଣାପାଣି ନାଏକ, ଅଧ୍ୟାପକ ଗଣପତି ବାଗ, ସଂଜୀବ ମୁଣ୍ଡ, ଦୀନବନ୍ଧୁ ବାଗ, ଚିନ୍ମୟ ବାଗ, ସରୋଜ ଯୋଷୀ, ଅଧ୍ୟାପିକା ସରିତା ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.