ରାସ୍ତା ସମସ୍ୟା ନେଇ ବିଡ଼ିଓଙ୍କୁ ଦାବିପତ୍ର ଦେଲେ ସିର୍ଲିଗୁଡାବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଟେମରା ପଞ୍ଚାୟତର ସିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟଠାରୁ ଆମପଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସିର୍ଲିଗୁଡା ଗ୍ରାମବାସୀ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏବଂ ରାସ୍ତା ନିର୍ମାଣ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ସିର୍ଲିଗୁଡା ଗାମର ସ୍କୁଲ ଛକଠାରୁ ବସ୍ତିପଡା, ତେନ୍ତୁଳିପଡା ଦେଇ ଆମପଡା ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା ଦିର୍ଘ ବର୍ଷରୁ ଶୋଚନୀୟ ହୋଇ ଯାତାୟାତ କରିବା ଅବସ୍ଥାରେ ନାହିଁ। ଏହି ରାସ୍ତା ଦେଇ ବିଭିନ୍ନ ସମୟରେ କୋମଳମତି ଶିଶୁ ଅଙ୍ଗନବାଡି କେନ୍ଦ୍ର ଓ ଛାତ୍ର ଛାତ୍ରୀମାନେ ସ୍କୁଲ ଯିବା ବେଳେ ଖସିପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଏମିତି କି ଗର୍ଭବତୀ ଓ ପ୍ରସୂତି ମାନେ ମଧ୍ୟ ଅଙ୍ଗନବାଡି ଯିବା ସମୟରେ ଅନେକ ହଟହଟା ହୋଇଥାନ୍ତି।

Omkar Vasthu
Omkar Vasthu

ବୃଦ୍ଧ ବୃଦ୍ଧା ମାନେ ଭତ୍ତା ଓ ଲୋକେ ରାସନ୍ ସାମଗ୍ରୀ ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ସମୟରେ ଅନେକ ହଇରାଣ ହରକତ ହେଉ ଥିବାବେଳେ ଉକ୍ତ ରାସ୍ତା ଦେଇ କୋକସରା ବ୍ଳକ କାର୍ଯ୍ୟାଳୟ ସମେତ ମେଡିକାଲ ଓ ଅନ୍ୟାନ୍ୟ କାମପାଇଁ ଯିବାକୁ ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବର୍ଷା ସମୟ ହୋଇଥିବାରୁ ଏହି ରାସ୍ତାରେ ଯାତାୟତ କରିବା ଏକ ପ୍ରକାର ମୁସ୍କିଲ ହୋଇ ପଡିଛି। ରାସ୍ତା ସମସ୍ୟା ନେଇ ସରପଞ୍ଚଙ୍କୁ ଜଣାଇଲେ ଅର୍ଥ ନଥିବା କହୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେଣୁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଶ୍ୟାମ ସୁନ୍ଦର୍ ନାଏକଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀଙ୍କୁ ପ୍ରଦାନ କରିଛନ୍ତି। ଏବଂ ରାସ୍ତା ନିର୍ମାଣ ଦିଗରେ ତୁରନ୍ତ ପଦକ୍ଷେପ ଦେବାକୁ ଦାବି କରିଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ତୁଙ୍ଗଧ୍ବଜ ନାଏକ, ରାଜେନ୍ଦ୍ର ପୋଡ଼, ଘନଶ୍ୟାମ ମାଝୀ, ଗଜିନ୍ଦ୍ର ନାଏକ, ସିଂଘ ମାଝୀ, କାର୍ତ୍ତିକ ସୋରୀ, ପିତାମ୍ବର ସୋରୀ, ଜୟପାଲ ସୋରୀ, ମନୁ ସୋରୀ ସମେତ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.