୨୬ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ କ୍ୟାରେଟ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ କ୍ୟାରେଟ ବଣ୍ଟନ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।  ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସିଡିପିଓ ଗୋଲାପୀ ନାଏକ, ତହସିଲଦାର ଆଶିଷ ଏକ୍କା, ସହକାରୀ କୃଷି ଅଧିକାରୀ ସମ୍ବିତ ସୌରଭ ରଥ, ଓଏଲଏମ ବିଭାଗର ସୁଧାଂଶୁ ଶେଖର ବଛା, ଏଫଇଏସ ସୌଦାମିନୀ ସାହୁ ପ୍ରମୁଖ ମଞ୍ଚାସୀନ ରହି ମହିଳାମାନେ କିପରି ଚାଷ କ୍ଷେତ୍ରରେ ରୋଜଗାର କରିପାରିବେ ସେନେଇ ଆଲୋପାତ କରିଥିଲେ।

ଏହି ଅବସରରେ ବ୍ଲକର ୨୬ ଗୋଟି ସ୍ୱୟଂ ସହାୟିକା ଦଳକୁ ମୁଖ୍ୟ ଅତିଥି ଶ୍ରୀମତି ସିଂ ଭୋଇ କ୍ୟାରେଟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗର ସମସ୍ତ କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ଉପସ୍ଥିତ ଥିଲେ। ସହକାରୀ ଉଦ୍ୟାନ ଅଧିକାରୀ ଲଲାଟ କେଶରୀ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉଦ୍ୟାନ ବିଭାଗର ଦେବବ୍ରତ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.