ବଡ଼ମାଳ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ବଡ଼ମାଳ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ବିଦ୍ୟାଳୟର ଅଧ୍ୟକ୍ଷ ରୋହିତ ଚୌଧୁରୀ ଯୋଗଦେଇ ଦୀପ ପ୍ରଜ୍ଜଳନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରି ବିକଶିତ ଭାରତ ଉପରେ ଛାତ୍ର ଛାତ୍ରୀମାନଙ୍କ ଦେଶ ସେବାରେ ନିୟୋଜିତ ହେବା ପାଇଁ ପ୍ରେରଣା ଦେଇଥିଲେ l ଏହି ପରିପେକ୍ଷୀରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ପ୍ରାରମ୍ଭରେ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍ୱାଧୀନତା ସଂଗ୍ରାମୀ ପୋଷାକ ପିନ୍ଧି ଅଭିନୟ କରିଥିଲେ l ପରେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀମାନେ ନୂତ୍ୟ ପରିବେଷଣ କରି କାର୍ଯ୍ୟକ୍ରମକୁ ଆକର୍ଷଣ କରିଥିଲେ l ଏହାପରେ ଦ୍ୱାଦଶ ଛାତ୍ରୀ ମଧୁସ୍ମିତା ଓ ସାଇଶ୍ରୀୟା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ସଂଗୀତ ଶିକ୍ଷୟତ୍ରୀ ଦିବ୍ୟା ଶୁକ୍ଲା ମଞ୍ଚ ପରିଚାଳନା କରିଥିବା ବେଳେ ସୁଦୀପା ସ୍ୱାଇଁ, ଆକାକ୍ଷା ମିଶ୍ର ସହଯୋଗ କରିଥିଲେ l

ଗୁରୁ ପ୍ରସାଦ ପାଳ ବିଦ୍ୟାଳୟ ଓ ମଞ୍ଚକୁ ସୁସଞ୍ଜିତ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶିକ୍ଷକ ଆର. ଏନ. ଦାସ, ସର୍ବେଶ୍ୱର ମିଶ୍ର, ସୁଜିତ ସିଂ ଦେଓ, କାର୍ତ୍ତିକ ସୁନା, କୈଳାଶ ଭୋଇ, ଜିତେନ୍ଦ୍ର ଶର୍ମା, ସୋହାଗ ବିଶି ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଆଶୁତୋଷ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.