ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ତଥା ବିଶିଷ୍ଟ ଚାଷୀନେତା ମୋହନ ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରୀ ଦର୍ଶିକା ଗଏଁତା, ଅମ୍ରିତା ରାଜପଲିଆ, ଲତିକା କଲେତ, ଚୁମକି ଦୀପ, ଦେଶଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଚିତ୍ତାକର୍ଷକ ପ୍ୟାରେଟ ସହ ଗ୍ରାମ୍ୟ ପରିକ୍ରମା କରିଥିଲେ।  ଅର୍ମାନ ବାଗ, କନିଷ୍କ ରାଜପଲିଆ, ପରିତୋଷ ନାଏକ, ଅଭିଷେକ ଡନସେନା ବୀରବାଦ୍ୟ ପରିବେଷଣ କରିଥିଲେ। ବନ୍ଦନା ରଣା, ବୈଜୟନ୍ତୀ ମହାକୁର, ରୀମା ଧରୁଆ, ରଶ୍ମିତା ଦୀପ, ସାବିତ୍ରୀ ରାଜପଲିଆ, ସଂଗୀତା ବାଗ, ଦିଲିପ ମିର୍ଦ୍ଧା, ବିଜୟ ପ୍ରଧାନ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.