କୋକସରା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରିଣୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ଆମପାଣି ଥାନା ଅଞ୍ଚଳ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ। ଏହି ଥାନାରେ ନୂତନ ଥାନା ଅଧିକାରିଣୀ ଭାବେ ବିଜୟଲକ୍ଷ୍ମୀ ହିକକା ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ସାମ୍ବାଦିକ ସଂଘ (କେବିଏସ୍ଏସ) ପକ୍ଷରୁ ଶନିବାର ନୂତନ ଆମପାଣି ଥାନା ଅଧିକାରିଣୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଘର ସଭାପତି ଚକ୍ରଧର ବେଶ୍ରାଙ୍କ ନେତୃତ୍ବରେ ସାମ୍ବାଦିକ ଜଗଦୀଶ ନାଏକ, ହିରଣ୍ୟ ବେହେରା, ବସନ୍ତ ସରାବୁ, ତୁଲାରାମ ବେହେରା, ପରେଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା, ବଂଶିଧର ବେଶ୍ରା, ଦେବେନ୍ଦ୍ର ସାଗର, ଗଜିନ୍ଦ୍ର ନାଗ ପ୍ରମୁଖ ସମ୍ବିଧାନ ପ୍ରଣେତା ଡଃ. ବାବାସାହେବ ଆମ୍ବେଦକରଙ୍କ ଫଟୋଚିତ୍ର ସହ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏବଂ ଅଞ୍ଚଳର ଆଇନ୍ ଶୃଙ୍ଖଳା ଉପରେ ଆଲୋଚନା କରିଥିଲେ। ଆମପାଣି ଥାନା ଅଞ୍ଚଳର ଆଇନ୍ ଶୃଙ୍ଖଳା ରକ୍ଷା, ବେଆଇନ କାରବାର, ଚୋରା ଚାଲାଣ ଆଦି ଆଭିମୁଖ୍ୟ ଗ୍ରହଣ କରିବା ସହ ଆମପାଣି ଥାନା ପୁଲିସ ଅଞ୍ଚଳର ଲୋକଙ୍କ ସହିତ ଭାଇଚାର ସମ୍ପର୍କ ସ୍ଥାପନ କରିବ ବୋଲି ନୂତନ ଥାନା ଅଧିକାରିଣୀ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.