ବିଦ୍ୟାଳୟ ମଧ୍ୟ ଦେଇ ଯିବାକୁ ଥିବା ସ୍ୱରେଜ ପାଇପକୁ ବିରୋଧ

ଓଡ଼ିଆ ବାର୍ତ୍ତା/ ପୁରୀ: ବିଶ୍ବମ୍ଭର ବିଦ୍ୟାପୀଠର ପୁରାତନ ଛାତ୍ର ମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟ ପଛ ପାଖରେ ଥିବା ଏକ ବସ୍ତିର ସ୍ୱରେଜ ପାଇପକୁ ସ୍କୁଲ ଖେଳ ପଡିଆ ମଧ୍ୟଦେଇ ନେବା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ୱାଟକୋ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜାଣି ପୁରାତନ ଛାତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିବା ସଙ୍ଗେ ତୀବ୍ର ବିରୋଧ କରିଥିଲେ। ଏହି ପାଇପ ଲାଇନ ଗଲେ ବିଦ୍ୟାଳୟରେ ପଢୁଥିବା ପ୍ରାୟ ୧୫୦୦ (୬ ବର୍ଷ ରୁ ୧୬ ବର୍ଷ) କୁନି କୁନି ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ଅସ୍ଵାସ୍ଥ୍ୟକର ପରିବେଶ ଉପୁଜିବାର ସମ୍ଭାବନା ରହିଅଛି। ଆଜିର ବୈଠକରେ ପୁରାତନ ଛାତ୍ର ମାନେ ପ୍ରଶାସନ ପକ୍ଷରୁ ହେବାକୁ ଥିବା ଏହି କାର୍ଯ୍ୟ ବିରୋଧରେ ନିଜ ନିଜର ମତ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକୁ ଦୃଢ଼ ବିରୋଧ କରି ଆଇନଗତ କାର୍ଯ୍ଯାନୁଷ୍ଠାନ ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହି ବୈଠକ ପରେ ପୁରାତନ ଛାତ୍ରମାନଙ୍କର ଏକ ପ୍ରତିନିଧି ମଣ୍ଡଳ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକକୁ ନିଜର ପ୍ରତିବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.