ସଇଁତଲାରେ ବ୍ଲକ ବିଦ୍ୟାଳୟ ସ୍ତରୀୟ କବାଡି ଓ ଫୁଟବଲ ଚୟନ ଶିବିର: ସବ ଜୁନିୟର କବାଡିରେ ୨୦ ଜଣ ଏବଂ ଜୁନିୟର ଫୁଟବଲରେ ୩୦ ଜଣ ଜିଲ୍ଲାସ୍ତରକୁ ମନୋନୀତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜେନ୍ଦ୍ର ନାରାୟଣ ସିଂଦେଓ ଷ୍ଟାଡିୟମ ପରିସରରେ ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଫୁଟବଳ ଓ କବାଡି ୧୪ ରୁ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କୁ ନେଇ ଚୟନ ଶିବିର ଉଦଘାଟିତ ହୋଇଯାଇଛି। ସଇଁତଲା ବ୍ଲକ ଶାରୀରିକ ସମ୍ପାଦିକା ରଞ୍ଜିତା ମିଶ୍ରଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ଡେଙ୍ଗ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। 

ଶିବିରରେ ୧୪୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ସବ ଜୁନିୟର କବାଡିରୁ ଉଭୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୦ ଜଣ ଲେଖାଏଁ ମନୋନୀତ ହୋଇଥିବା ବେଳେ ଜୁନିୟର ଫୁଟବଲରେ ମଧ୍ୟ ଉଭୟ ବର୍ଗର ୧୫ ଜଣ ଲେଖାଏଁ ଛାତ୍ର ଛାତ୍ରୀ  ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ସଇଁତଲା, ବେଲଗାଁ, କରମତଲା, ଟିକ୍ରାପଡା ଓ ଘୁନସର କଲେଜ ସମେତ ୨୪ ଗୋଟି ହାଇସ୍କୁଲର ଛାତ୍ର ଛାତ୍ରୀ ଅଂଶ କରିଥିଲେ।

ଶାରୀରିକ ଶିକ୍ଷକ ବିନୋଦ ବେହେରା, ରାଧାଗୋବିନ୍ଦ ନାଏକ, ଏନ.ଏସ ନାଇଡୁ, ରଞ୍ଜିତ କୁଅଁର, ଅଭିମନ୍ୟୁ ଭୋଇ, ସୁନୀଲ ମହାପାତ୍ର, ପ୍ରସାନନ୍ଦ ବାଗ, ସୁଦର୍ଶନ ନାୟକ, ବଦ୍ରି ନାରାୟଣ ନାୟକ, ରୀନା ଠାକୁର, ବନିତା ବନଛୋର, ସ୍ଵାଗତିକା ଶତପଥି, ରଶ୍ମିତା ବିଶ୍ୱାଲ, ଦିନମଣି ପୋଢ଼, ରାଜ ବିଭାରୀ ବନଛୋର, ଆଶୁତୋଷ ରାଜପଲିଆ, ପ୍ରଫୁଲ୍ଲ ରଣା, ହିମାଂଶୁ ବିଶ୍ୱାଲ, ନରୋତ୍ତମ ମଲ୍ଲିକ, ଜିତେନ୍ଦ୍ର ସେଠ, ଭୂବାନୀଶଙ୍କର ବାରିକ, ଘନଶ୍ୟାମ ମାଝୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.