ନୂଆପଡ଼ା ଜିଲ୍ଲାପାଳଙ୍କ ସହ ଗଙ୍ଗାଧର ସାରସ୍ୱତ ସମିତିର ଆଲୋଚନା

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଓଡ଼ିଆ ଭାଷା ଓ ସାହିତ୍ଯର ବିକାଶ ନିମନ୍ତେ ସଦା କର୍ମ ତତ୍ପର ଅନ୍ଯତମ ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତିର ଏକ ପ୍ରତିନିଧି ଦଳ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ସାକ୍ଷାତ କରିବା ସହ ସାହିତ୍ଯ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସମିତି ତରଫରୁ ସଭାପତି ବୈଷ୍ଣବ ମେହେର, ସଂପାଦକ ତରୁଣ କୁମାର ମେହେର, ବଂଶୀଧର ଜଗତ, ପ୍ରେମାନନ୍ଦ ମେହେର ଜିଲ୍ଲାପାଳଙ୍କୁ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ।

Omkar Vasthu
Omkar Vasthu

ଆଗାମୀ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ଉତ୍ସବରେ ଯୋଗଦାନ କରିବାକୁ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିବା ବେଳେ ସେ ଉପସ୍ଥିତ ରହିବାକୁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ଯ ଯେ, ଶ୍ରୀ ଦାଶ ନୂଆପଡ଼ା ଜିଲ୍ଲାପାଳ ଭାବରେ ଯୋଗ ଦେଲା ପରେ ତାଙ୍କ ଲିଖିତ “ଚିତ୍ରାଙ୍କନ” କବିତା ସାମାଜିକ ଗଣମାଧ୍ଯମରେ ଘୁରି ବୁଲିବା ସହ ଅଂଚଳର ସାହିତ୍ଯପ୍ରେମୀଙ୍କ ନିକଟରେ ବେଶ ଆଦୄତ ଲାଭ କରିଥିଲା। ଏହି ସାକ୍ଷାତ ପରେ ଜିଲ୍ଲାରେ ସାହିତ୍ଯର ବିକାଶ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଧ୍ଯାନ ଦେବେ ବୋଲି ଗଙ୍ଗାଧର ସାରସ୍ବତ ସମିତି ଆଶା ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.