ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଏବଂ ଏନଏଏସିରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ପିଲାମାନଙ୍କୁ ଦିଆ ଯାଉଥିବା ପୋଷାକ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଲଳିତା ମଲ୍ଲିକଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଛି। ଏହି କ୍ରମରେ ବଡ଼ ବରଗାଁ ପଞ୍ଚାୟତ ଅନ୍ତର୍ଗତ ରାଣୀଗାଁ ଓ ତେନ୍ତୁଳିଆ ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି।

ଅଙ୍ଗନୱାଡ଼ି କର୍ମୀ ପି. ଉର୍ମିଳା ଓ କୁନି ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲଳିତା ମଲ୍ଲିକ, ସୁପରଭାଇଜର ଶଶି ଦେବୀ ଓ ମମତା ମହାନ୍ତି, ସ୍ଥାନୀୟ ସମିତି ସଭ୍ୟ ଜି. ବିଷ୍ଣୁ ଦୋରା, ବିପିସି ରଜତ ବେହେରା, ଅନୁରୂପା ସାହୁଙ୍କ ସହ ଗ୍ରାମ୍ୟ ଯାଞ୍ଚ କମିଟି ସଦସ୍ୟା, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମହିଳା ସଦସ୍ୟାମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଅତିଥି ହୋଇ ଆସିଥିବା ସିଡିପିଓ ଓ ସୁପର ଭାଇଜର ଦୁଇ ଗୋଟି କେନ୍ଦ୍ରର ପିଲାମାନଙ୍କୁ ପୋଷାକ ବଣ୍ଟନ କରିବାସହ ଶିଶୁମାନଙ୍କୁ କିଛି ପଚାରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.