ବିବାହିତା ମହିଳାଙ୍କ ଆକସ୍ମିକ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଆମପାଣି ଥାନା ବଡକେନ୍ଦୁଗୁଡା ଗ୍ରାମର ଜଣେ ବିବାହିତା ମହିଳାଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ ମହିଳା ହେମନ୍ତ ମାଝୀଙ୍କ ସ୍ତ୍ରୀ ପଦୁକାନ୍ତି ଦିଶାରୀ (୨୩) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ସ୍ୱାମୀଙ୍କ ସହ ପଦୁକାନ୍ତି ବାପଘର ଗାଁ ସର୍ଗିଗୁଡାକୁ ରୁଆ କାର୍ଯ୍ୟ ପାଇଁ ଯାଇଥିଲେ। ସେଠାରେ କାମ ସାରିବା ବେଳକୁ ସନ୍ଧ୍ୟା ହେବାରୁ ଉଭୟେ ସର୍ଗିଗୁଡାରେ ରହିଯାଇଥିଲେ। ତେବେ ବିଳମ୍ବିତ ରାତିରେ ପଦୁକାନ୍ତିଙ୍କ ପେଟ ଯନ୍ତ୍ରଣା ହୋଇଥିଲା। ଏହାପରେ ରାତିରେ ସ୍ବାମୀ ହେମନ୍ତ ମାଝୀ ନିଜ ଗାଁ ବଡକେନ୍ଦୁଗୁଡାକୁ ଆଣିଥିଲେ। ଏବଂ ଶନିବାର ସକାଳୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ପଦୁକାନ୍ତିଙ୍କୁ ମୃତ୍ ଘୋଷଣା କରିଥିଲେ।

ଖବର ପାଇ ଆମପାଣି ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଥିଲେ। ଏବଂ ମାଜିଷ୍ଟ୍ରେଟ ଦାୟିତ୍ବରେ କୋକସରା ତହସିଲଦାରଙ୍କ ଉପସ୍ଥିତିରେ ଶବ ଜବତ କରି ଯାଞ୍ଚ କରିଥିଲେ। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏନେଇ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.