ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ କର୍ମଚାରୀ ଭବନଠାରେ ଓଡ଼ିଶା ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି କଳାହାଣ୍ଡି, ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର କମିଟି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମିଳିତ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀ ଉଦ୍ଘାଟନ କରିଥିବା ବେଳେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଏବଂ କଳାହାଣ୍ଡି ଜିଲ୍ଲାପାଳ ସଚିନ ପୱାର ପ୍ରକାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ମୋଟ ୧୦୨ ୟୁନିଟ ରକ୍ତ ସଂଗ୍ରହିତ ହୋଇଥିଲା।
ବିଭିନ୍ନ ସରକାରୀ ତଥା ବେସରକାରୀ କର୍ମଚାରୀ, ସରକାରୀ ଶିଳ୍ପାନୁଷ୍ଠାନ, ଭବାନୀପାଟଣା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ରକ୍ତଦାନ କରିଥିବାରୁ ସମନ୍ୱୟ ସମିତିର ସଭାପତି ରୂପକିଶୋର ଦଲେଇ ସାଧୁବାଦ ଜଣାଇଥିଲେ। ଶିବିରକୁ ସିଦ୍ଧାର୍ଥ ନାଏକ, ଇନ୍ଦ୍ରଜିତ ମହାଖୁଡ଼, ପ୍ରଶାନ୍ତ ପ୍ରଧାନ, ସୁକାନ୍ତ କୁମାରା ମହାପାତ୍ର, ଭାବଗ୍ରାହି ନାଏକ, ଜିତେନ୍ଦ୍ର ମୁଣ୍ଡ, କେଦାରନାଥ ସେଠୀ, ଅଭିମନ୍ୟୁ ମହାନନ୍ଦ, ଡମ୍ବରୁଧର ବଛା, ଅଶୋକ ନାଏକ, ଶୁକଦେବ ମାଝୀ, ସୁନିଲ କୁମାର ଶତପଥି ଏବଂ ବ୍ଲଡ଼ ବ୍ୟାଙ୍କ କର୍ମଚାରୀମାନେ ପରିଚାଳନା କରିଥିଲେ।