ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବହୁ ବର୍ଷଧରି ରାଜାରାଜୁଡା ସମୟରୁ ଭବାନୀପାଟଣା ନିକଟସ୍ଥ ମେଦିନୀପୁର ଗ୍ରାମରେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଆସୁଅଛି।। ଏହି ଉତ୍ସବ ଅବସରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଜୟ ବଜରଙ୍ଗୀ ନାଟ୍ୟ ସଂସଦ (ଯାହାକି ପୂର୍ବରୁ ଜୟ ଭୈରବ ନାଟ୍ଯ ସଂସଦ ନାମରେ ନାମିତ ଥିଲା) ତା’ର ବାର୍ଷିକୀ ଉତ୍ସବ ପାଳନ କରିବା ପାଇଁ ଅଞ୍ଚଳର ଅଭିଜ୍ଞ କଳାକାରମାନଙ୍କୁ ନେଇ ନାଟକ ପରିବେଷଣ ହେବ। ନାଟକରେ ବିଭିନ୍ନ ଚରିତ୍ରରେ ତ୍ରିମୋହନ ସାହୁ, ଲୋକନାଥ ଦାସ, ରଞ୍ଜନ ମହାରଣା, ଦେବେନ୍, ଦିବା, ଭକ୍ତ, ରାଜ୍, ସଞ୍ଜିବ୍, ଦୟା, ବେଣୁଧର, ଜ୍ଞାନେନ୍ଦ୍ର, ସୋମନାଥ ଅଭିନୟ କରିବା ପାଇଁ ସ୍ଥିର ହୋଇଥିବା ବେଳେ ଚିତ୍ରାଳୟ ନୟାଗଡ଼ ସହାୟତାରେ ନାଟକ ପରିବେଷିତ ହେବ। ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥାନ୍ତି।

Omkar Vasthu
Omkar Vasthu

ସେଥିପାଇଁ ଅନୁଷ୍ଠାନର ସମସ୍ତ କଳାକାର ମାନଙ୍କୁ ନେଇ ଏକ ପ୍ରସ୍ତୁତି ବେଠକ ଚଳିତ ବର୍ଷ କାର୍ଯ୍ୟକ୍ରମ ପାଇଁ ସଭାପତି ତ୍ରିମୋହନ ସାହୁଙ୍କ ନେତୃତ୍ୱରେ ହୋଇଥିଲା। ଏଥର ନାଟକ ଯେତେ କାନ୍ଦିଲେ ବି ଲୁହ ସରୁନି, ମଝି ନଇଁରେ ମୋ ଜୀବନ ଡଙ୍ଗା ଓ ସେଇ ଗୋଟିଏ ଭୁଲ ପାଇଁ, ପରିବେଷିତ ହେବ। ଏଥିରେ ଦେବେନ୍ଦ୍ର ସାହୁ, ରଞ୍ଜନ ମହାରଣା, ଲୋକନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.