ବଦଳି ଅବଧିରୁ ଅଧିକ ବର୍ଷ ଧରି ରହିଛନ୍ତି ଏକାଧିକ ଅଧିକାରୀ; ଅଧିକ ଉପାର୍ଜନ ନା ଉପରିସ୍ଥ ଅଧିକାରୀଙ୍କ ଆଶୀର୍ବାଦ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସରକାରୀ ନିୟମ ମୁତାବକ ଗୋଟିଏ ସରକାରୀ ଚାକିରିଆକୁ ତିନି ବର୍ଷ ମଧ୍ୟରେ ଅନ୍ୟତ୍ର ବଦଳି କରିବାର କଡ଼ା ନିୟମ ରହିଛି। ହେଲେ କୋକସରା ବ୍ଳକର ବିଭିନ୍ନ କାର୍ଯ୍ୟାଳୟରେ ଏକାଧିକ ଅଧିକାରୀ ଓ କର୍ମଚାରୀ ବର୍ଷ ବର୍ଷ ଧରି ଆସନ ଜମାଇ ବସିଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛି। ଗୋଟିଏ ବ୍ଳକରେ ଏକାଧିକ ବର୍ଷ ଧରି ରହିଥିଲେ ମଧ୍ୟ କାହିଁକି ବଦଳି କରାଯାଉ ନାହିଁଁ। ଯାହାକୁ ନେଇ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି। କୋକସରା ବ୍ଳକ କାର୍ଯ୍ୟାଳୟର ଏକ ନିର୍ଦ୍ଦିଷ୍ଟ ଅଧିକାରୀ ଦିର୍ଘ ୮ବର୍ଷରୁ ହେବ ରହିଥିବା ବେଳେ ଅନେକ ଦିନ ହେବ ଦୁଇଟି ବିଭାଗର ଦାୟିତ୍ବ ମଧ୍ୟ ସମ୍ଭାଳି ଆସୁଛନ୍ତି। ଏହି ଅଧିକାରୀ ଜଣକ ଦିର୍ଘ ବର୍ଷ ଧରି ରହିବା ଫଳରେ ନିଜର କର୍ତ୍ତବ୍ୟ ସଠିକ୍ ଭାବରେ ନିର୍ବାହ କରୁ ନଥିବାବେଳେ ବ୍ଳକର ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ ମଧ୍ୟ କରିଥାନ୍ତି। ଯାହାକୁ ନେଇ ତଲିଆ କର୍ମଚାରୀ ସମେତ ସାଧାରଣ ଲୋକେ ମଧ୍ୟ ତାଙ୍କ କାର୍ଯ୍ୟରେ ଅତିଷ୍ଠ ହେଉଥିବା ଅଭିଯୋଗ ହେଉଛି। ସେହିପରି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଜଣେ ଯନ୍ତ୍ରୀ ଏଠାରେ ଦିର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ଵ ହେବ ରହିଥିବା ବେଳେ କନିଷ୍ଠ ଯନ୍ତ୍ରୀରୁ ସହକାରୀ ଯନ୍ତ୍ରୀ ଭାବରେ ମଧ୍ୟ ପଦୋନ୍ନତି ହୋଇ ସାରିଛି। ତଥାପି ଏହି ବ୍ଳକରୁ ବଦଳି ନହୋଇ ଆସନ ମାଡ଼ି ବସିଛନ୍ତି।

Omkar Vasthu
Omkar Vasthu

ସେହିପରି ଗୋଷ୍ଠୀ ଶିକ୍ଷା ବିଭାଗର ଜଣେ ଅତିରିକ୍ତ ଶିକ୍ଷା ଅଧିକାରି ଦିର୍ଘ ବର୍ଷରୁ ଏହି ବ୍ଳକରେ ରହିଛନ୍ତି। ଅଧିକାରୀ ଜଣକ ନିଜ ବ୍ଳକର ହୋଇଥିବାରୁ ବିଭିନ୍ନ ସମୟରେ ଶିକ୍ଷକଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ ଆସୁଥିଲେ ମଧ୍ୟ ନିଜର କର୍ତ୍ତବ୍ୟ ସଠିକ୍ ଭାବରେ ନକରି ଘଣ୍ଟ ଘୋଡାଉଥିବା ଚର୍ଚ୍ଚା ଆଲୋଚନା ହେଉଛି। ସେହିପରି କୋକସରା ଥାନାର ଜଣେ ଏସ୍ଆଇ ଦିର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ହେବ ରହିଥିବାବେଳେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପରେ ମଧ୍ୟ ଅନେକ କର୍ମଚାରୀ ବର୍ଷ ବର୍ଷ ଧରି ରହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ସରକାରୀ ନିୟମ ମୁତାବକ ଜଣେ ଅଧିକାରୀଙ୍କ ଗୋଟିଏ ଜାଗାରେ ୩ ବର୍ଷ କାଳ କାର୍ଯ୍ୟ କଲାପରେ ଅନ୍ୟତ୍ର ବଦଳି କରାଯିବାର ପ୍ରାବଧାନ ରହିଛି। ବ୍ଳକର ଅନେକ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ବ୍ୟବଧାନରେ ବଦଳି ମଧ୍ୟ ହୋଇଛି। କିନ୍ତୁ ଏହି ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ କାହିଁକି ଏହି ନିୟମର ବ୍ୟତିକ୍ରମ ଦେଖାଦେଇଛି। ଏହି ଅଫିସରମାନେ ଅଧିକ ଉପାର୍ଜନ ନା ଉପରିସ୍ଥ ଅଧିକାରୀଙ୍କ ଆଶୀର୍ବାଦରେ ଆସନ ଜମାଇ ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ରହି ଆସୁଛନ୍ତି, ସେନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଧ୍ୟାନ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ତେଣୁ ଏ ମାନଙ୍କ ବଦଳି ନହେବା ପଛରେ କାହାରି ହାତ ରହିଛି ବୋଲି ପ୍ରଶ୍ନ ଉଠୁଛି। ତେଣୁ ଏହି ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.