ଜଳବନ୍ଦୀ ଅବସ୍ଥାରେ ସଇଁତଲା ଓ ବୁଢ଼ାବାହାଲ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପ୍ରଶାସନର ନିଘା ନାହିଁ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ ଅଧୀନରେ ଥିବା ସଇଁତଲା ଓ ବୁଢ଼ାବାହାଲ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ସରକାର ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଥିବାଥିବା ବେଳେ ଅଫିସ ଗୃହଟି ବର୍ତ୍ତମାନ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି। ଉକ୍ତ ଅଫିସକୁ ବିଭାଗୀୟ କତୃପକ୍ଷ କିମ୍ବା ଲୋକ ପ୍ରତିନିଧିମାନଙ୍କ ଦୃଷ୍ଟି ମଧ୍ୟ ପଡୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଯାହା ଫଳରେ ଅଫିସଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି।

Omkar Vasthu
Omkar Vasthu

ପ୍ରକାଶ ଯେ, ଏହି ରାଜସ୍ୱ ନିରୀକ୍ଷକ କାର୍ଯାଳୟ ହେଉଛି ଦୀର୍ଘ ବର୍ଷର ପୁରାତନ ଅଫିସ। ଉକ୍ତ ଅଫିସରେ ସଇଁତଲା ଓ ବୁଢ଼ାବାହାଲ ରାଜସ୍ୱ ନିରୀକ୍ଷକ ଦାୟିତ୍ୱ ତୁଲାଇଥାନ୍ତି। କିନ୍ତୁ ବର୍ଷା ଦିନର ଅବସ୍ଥା ନ କହିଲେ ଭଲ। ଜାତୀୟ ରାଜପଥ ମୁଖ୍ୟ ରାସ୍ତାଟି ଉଚ୍ଚ ହୋଇଥିବା ବେଳେ ଅଫିସଟି ଗୃହଟି ତଳରେ ଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ଆଣ୍ଠୁଏ ରହୁଥିବା ଦେଖିବାକୁ ମିଳିଛି। ଏହି ଅଫିସକୁ ହିତାଧିକାରୀମାନେ କୋଣସି କାର୍ଯ୍ୟ ପାଇଁ ଆସୁଥିବାବେଳେ ପାଣି ଜମା ଦେଖି ନିରାଶ ହୋଇ ଘରକୁ ଫେରି ଯାଉଛନ୍ତି। ଏଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ପାଇଁ ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.