ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି ଅର୍ଚ୍ଚନା କାମଥ ମାତ୍ର ୨୪ ବର୍ଷ ବୟସରେ ହଠାତ ଅବସର ଘୋଷଣା କରିଛନ୍ତି । ଉଚ୍ଚ ଶିକ୍ଷା ପାଇଁ ସେ ଅବସର ନେଇଛନ୍ତି ବୋଲି କହିଛନ୍ତି । ଟେବୁଲ ଟେନିସରେ ମୋର ୧୫ ବର୍ଷର କ୍ୟାରିୟର ସନ୍ତୋଷଜନକ ରହିଛି । ସରକାର ଓ ପ୍ରଶଂସକଙ୍କ ନିକଟରୁ ମୋତେ ଯେଉଁ ସମର୍ଥନ ମିଳିଛି ତାହା ମୁଁ ଭୁଲି ପାରିବିନି ବୋଲି ଅର୍ଚ୍ଚନା କହିଛନ୍ତି ।
ପ୍ୟାରିସ ଗେମ୍ସରେ ଭାରତର ମହିଳା ଟିମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲା । ନିଜଠାରୁ ଅଧିକ ମାନ୍ୟତା ପ୍ରାପ୍ତ ଖେଳାଳି ଜିୟାଓନା ଶାନଙ୍କୁ ସେ ପରାସ୍ତ କରିଥିଲେ । ଅର୍ଚ୍ଚନାଙ୍କ ଅବସର ଘୋଷଣା ପଛରେ ସରକାରଙ୍କ ଆର୍ଥୀକ ସହାୟତା ନେଇ ପ୍ରଶ୍ନ ଉଠିଥିଲା । ତେବେ ସେ ଏକ ସାକ୍ଷାତକାରରେ ଏହାକୁ ଖଣ୍ଡନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତି ନ ଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିଲେ ଅର୍ଚ୍ଚନା ।