ପୁରୁଷୋତ୍ତମପୁରରେ ହେଉଥିବା ନୂତନ କୋର୍ଟ ଗୃହ ଖାଲରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି ବାର ଆସୋସିଏସନ୍ ସଭାପତି 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର କନକା ଠାକୁରାଣୀ ମନ୍ଦିର ସାମ୍ନାରେ ପ୍ରାୟ 25 କୋଟି ଟଙ୍କା ବ୍ୟୟରେ ହେଉଥିବା ସବ ଜର୍ଜ କୋର୍ଟ ଓ ଦେୱାନୀ କୋର୍ଟ ଘର ବହୁତ ଖାଲରେ ହୋଇଥିବା କହିଛନ୍ତି ବାର ଏସୋସିଏନର ସଭାପତି ସ୍ୱରାଜ୍ୟ କୁମାର ପାଣିଗ୍ରାହୀ |ତାଙ୍କରି କହିବା କଥା କୋର୍ଟ ହେଉଥିବ ସ୍ଥାନ ହେଉଛି ବନ୍ୟାପ୍ଲାବିତ ଅଞ୍ଚଳ, ଯେତେ ବେଳେବି ବନ୍ୟା ହେଉଛି ସବୁ ସମୟ ରେସେଠାରେପାଣିଜମି ରହୁଛି | ତେବେ ବର୍ତମାନ କୂଳ ହୁଡ଼ା ହୋଇଥିଲେ ମଧ୍ୟ ସେହି ଘର କୁଳ ହୁଡ଼ା ଠାରୁ ବହୁତଫୁଟ ତଳେରହିଛି, ଯାହାକିକେତ ବେଳେବନ୍ୟାର ପାଣିପଶି ଯିବବୋଲି କହିଛନ୍ତି ସଭପତି | ତେବେ ଏତେ ଟଙ୍କା ବ୍ୟୟ ରେ ହୋଇ ଥିବାସବଜର୍ଜ କୋର୍ଟ ର ଅବସ୍ଥା ଆଗାମୀ ଦିନରେ କଣ ହେବ ବୋଲିବାର ସଭାପତି ସ୍ୱରାଜ୍ୟ ପାଣିଗ୍ରାହୀ ଙ୍କ ସହିତ ଅନ୍ୟ ଓକିଲମାନେ ମଧ୍ୟପ୍ରଶ୍ନ କରିଛନ୍ତି | ବହୁତ ଦିନ ପରେ ଓକିଲମାନଙ୍କବାରମ୍ବାର ଦାବି, ଆନ୍ଦୋଳନ, ଅନଶନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଗଞ୍ଜାମଜିଲ୍ଳାର କେତେଗୋଟି ସବ ଜର୍ଜ କୋର୍ଟ ମଧ୍ୟରେ ପୁରୁଷୋତ୍ତମପୁର କୁ ସ୍ଥାନଦେଇଛନ୍ତି | ହେଲେଆଜି ବହୁଦିନର ସ୍ବପ୍ନ ସାକାର ହେଲା ବେଳକୁ ତାହା ଖାଲ ମଧ୍ୟରେ ହୋଇଥିବାରୁ ସଭାପତି ଙ୍କ ସହଓକିଲ ମାନଙ୍କଚିନ୍ତା ବଢ଼େଇ ଦେଇଛି |

Omkar Vasthu
Omkar Vasthu

ଏହାସହ ଆଉ ଗୋଟିଏ କଥା ମଧ୍ୟ ସଭାପତି କହିଛନ୍ତି ଯେ ଏହିକାମ ଦେଖିବାକୁ ପୂର୍ତ୍ତ ବିଭାଗ ଯେଇ ଶ୍ରୀମତୀ ସୋନିଆ ପ୍ରଧାନ ଓ ୱାର୍କ ସରକାର ପର୍ଶୁ ରାମଗୌଡ଼ ଉପସ୍ଥିତ ରହୁଥିଲା ବେଳେଏସଡ଼ିଓ ମଳୟ କୁମାର ସାହୁ ଅଧିକାଂଶ ସମୟ ରେ ଆସୁନଥିବାର ସେଠିକାର ଲୋକମାନେ ବାର ସଭାପତିଙ୍କୁ ଅଭିଯୋଗ କରିବାର ମଧ୍ୟ ସେ କହିଛନ୍ତି | ଏତେବଡ ପ୍ରୋଜେକ୍ଟ ଯାହାକି ଓକିଲ ଓ ମହକିଲଙ୍କ ଜୀବନ, ମରଣ ର ସମସ୍ୟା କୁଏସଡ଼ିଓ ଆଖିବୁଜି ତଳିଆ ଅଫିସରଙ୍କଉପରେଛାଡ଼ିଦେବା କେତେଦୂର ଯୁକ୍ତି ଯୁକ୍ତ ବୋଲି ମଧ୍ୟ କହିଛନ୍ତି | ସେ ଆହୁରି କହିଛନ୍ତି ଯଦି ଭବିଷ୍ୟତ ରେ କେବେବି ସେହି ସ୍ଥାନ ରେ ବନ୍ୟଜଳ ପଶେ ତେବେସେ ଏସଡ଼ିଓ ଅବସର ନେଇଥିଲେ ବି ତାଙ୍କ ଉପରେ ଲୋକାୟତ କେଶ କରାଯିବସହ କୈଫତ ତଳବ ସହତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଭାପତି ମତଦେଇଛନ୍ତି| ଏହାଉପରେ ଏସଡ଼ିଓ ମଳୟ କୁମାର ସାହୁଙ୍କୁ ପଚାରିବାରୁ ତାଙ୍କରି ଉତ୍ତର ଥିଲା ଯେ ବହୁତ ଫୁଟତଳୁ ଷ୍ଟାଣ୍ଡାଡ ବେଶ ସହିତରୋଡ଼ ଉପର ପର୍ଯ୍ୟନ୍ତ ପିନ୍ତ ଲେବୁଲ ଅଛି ଓ ଆଗରେ କୂଳ ହୁଡ଼ା ରହିଥିବାରୁ ପାଣି ପଶିବାର ସମ୍ଭାବନା ବହୁତ କମ ରହିଛି | ଏଣୁ କୋର୍ଟ ର ବିଲଡିଙ୍ଗ, କ୍ଵାଟର ଘର, କେଣ୍ଟିନ ଘର ସହିତ ଅନ୍ୟନ୍ୟ ଘର ମଧ୍ୟ ବହୁତ ଭଲ ଭାବେ କରା ଯାଇଛି | ମୁଁ ଅଧିକାଂଶ ଦିନ ତଦାରଖ କରିବାକୁ ଯାଉଛି | ସେଠାକୁ ଯାଇ ସେହି କାମ କୁ ଦେଖି କାମର ଅଗ୍ରଗତି ଉପରେ ଯେଇଓ ୱାର୍କ ସରକାର ଙ୍କୁ ଦାୟିତ୍ୱ ଦେଇ ଚାଲି ଆସୁଛି | ମୁଁ ଯାଉଥିବା ସମୟକୁ ହୁଏତ ବାର ସଭାପତି ତାଙ୍କ କୋର୍ଟ କାମର ବ୍ୟସ୍ତତା ଯୋଗୁଁ ମୋତେ ଦେଖି ପାରି ନାହାନ୍ତି | ତେଣୁ କାମ ଠିକ ଚାଲିଛି ସେଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି | ତେବେ ସମୟ କହିବ ବନ୍ୟା ପ୍ଲାବିତ ଅଞ୍ଚଳ ରେ ବହୁମୂଲ୍ୟ ବ୍ୟୟ ରେ ନିର୍ମିତ ଏହି ସବଜର୍ଜ କୋର୍ଟ କେତେ ଦୂର ବନ୍ୟା ପାଣିରୁ ତିଷ୍ଠି ରହୁଛି |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.