ସନ ସାଇନ ସ୍କୁଲରେ ପ୍ରଥମ ମହାକାଶ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ସ୍ଥିତ କୁମ୍ଭାରୀ ନିକଟରେ ଥିବା ସନ ସାଇନ ଇଣ୍ଟର ନେସନାଲ ଇଂରାଜୀ ମିଡ଼ିୟମ ସ୍କୁଲରେ ପ୍ରଥମ ‘ମହାକାଶ ଦିବସ’ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ମଡେଲ ପ୍ରସ୍ତୁତ କରିଥିଲେ ଏବଂ ଏହାର ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲେ।

ବିଦ୍ୟାଳୟର ଅଧକ୍ଷ ସୁନୀଲ ମହାନ୍ତି ପିଲାମାନଙ୍କୁ ‘ଚନ୍ଦ୍ରାୟନ – ୩’ ର ଅବତରଣ ବିଷୟରେ ବୁଝାଇଥିଲେ। ଇସ୍ରୋ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତି ଓ ପ୍ରେରିତ ହୋଇଥିବା ଯାନ ସମସ୍ତ ଭାରତୀୟ ମାନଙ୍କ ହୃଦୟରେ ବୈଜ୍ଞାନିକ ମାନଙ୍କ ପ୍ରତି ସମ୍ନାନ ଓ ଆଦରଣୀୟ ହୋଇପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.