ଭାଟ କୁମରଡ଼ା ଶିକ୍ଷାନୁଷ୍ଠାନ ନିକଟରେ ଦେଶୀ ମଦଭାଟି ଥିବାରୁ ମହିଳାଙ୍କ ବିରୋଧ; ସ୍ଥାନାନ୍ତର ନ ହେଲେ ଆନ୍ଦୋଳନ ଚେତାବନୀ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅତର୍ଗତ ଲାଟକୁମରତା ଗ୍ରାମରେ ଥିବା ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ ନିକଟରେ ଦେଶୀ ମଦ ଭାଟି ରହିଥ‌ିବାରୁ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳମାନେ ତୀବ୍ର ବିରୋଧ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ମହିଳାମାନେ ଏକାଠି ହୋଇ ପାଟିତୁଣ୍ଡ କରିବା ସହ ତୁରନ୍ତ ମଦ ଭାଟି ଏଠାରୁ ହଟାଇବା ପାଇଁ ଦାବି କରିଥିଲେ । ଏହା ପୂର୍ବରୁ ସେମାନେ ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ଅବକାରୀ ସୁପରିଟେଣ୍ଡେଣ୍ଟ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ ମଧ୍ୟ ଦେଇଛନ୍ତି ।

Omkar Vasthu
Omkar Vasthu

ଭାଟକୁମରଜା ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବରେ ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ ରହିଛି, ଛାତ୍ରଛାତ୍ରୀମାନେ କଲେଜକୁ ୟିବା ଆସିବା କରୁଥିବା ବେଳେ ନିକଟରେ ଦେଶୀ ମଦ ପ୍ରସ୍ତୁତକାରୀ ଭାଟିଟି ରହିଛି। ଯାହା ରାଜ୍ୟ ରାଜପଥ ଠାରୁ କେବଳ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥିତ। ଯାହାକି ସରକାରୀ ନିୟମକୁ ଏଠାରେ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତି । ମଦ ଭାଟିର ୫୦ ମିଟର ଦୂରରେ ଏସ୍.ବି.ଆଇ ବ୍ୟାଙ୍କ୍ ଓ ୧୦୦ ମିଟର ଦୂରରେ ବିଜ୍ଞାନ ମହାବିଦ୍ୟାଳୟ ରହିଛି । ପ୍ରତିଦିନ ଶହ ଶହ ଲୋକଉକ୍ତ ବ୍ୟାଙ୍କ୍‌କୁ କାରବାର ପାଇଁ ଯିବା ଆସିବା କରିଥାନ୍ତି। ୨୦୦ ମିଟର ଦୂରରେ ରହିଛି ହାଇସ୍କୁଲ । ମଦ ଭାଟିର ଅନ୍ୟ ଦିଗରେ ରହିଛି ବହୁ ଲୋକଙ୍କ ଘରଦ୍ଵାର । ପ୍ରତିଦିନ ସ୍କୁଲ ଓ କଲେଜକୁ ପ୍ରାୟ ୬୦୦ରୁ ଉର୍ଦୁ ବିଦ୍ୟାର୍ଥୀ ଗାଁରମୁଖ୍ୟ ରାସ୍ତା ଦେଇଯିବା ଆସିବା କରିଥାନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମଦ ଭାଟିରୁ ବାହାରୁ ଥିବା ତରଳ ବର୍ଜ୍ୟବସ୍ତୁ କେନାଲକୁ ଛାଡ଼ିବା ଫଳରେ ସେଗୁଡିକ ପୋଖରୀରେ ପ୍ରବେଶ କରୁଛି । ଯାହା ଫଳରେ ପୋଖରୀ ପାଣି ଦୂଷିତ ହେବା ସହ ସେଠାରେ ହୋଇଥିବା ମାଛ ଚାଷ ପ୍ରଭାବିତ ହୋଇଛି । ପ୍ରଦୂଷିତ ପୋଖରୀ ପାଣିରେ ବହୁ ମାଛ, ମରିଯିବା ସହିତ ସେହି ପାଣିକୁ ବ୍ୟବହାର କରି ଲେକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଏପଟେ ସାହିର ଶେଷ ଭାଗରେ ମଦ ଟିକ୍ରି ହେଉଥିବା ଯୋଗୁଁ ଗାଁର ଝିଅ ବୋହୁ ପୋଖରୀକୁ ନିତ୍ୟକର୍ମ ପାଇଁ ଯିବା ଆସିବା ସମୟରେ ଅସାମାଜିକ ମଦ୍ୟପଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି ।

ଏନେଇ ଗାଁ ଲୋକେ ବହୁବାର ଅବକାରୀ ଅଫିସ୍ ଥାନା, ସରପଞ୍ଚ, ସମିତିସଭ୍ୟ, ସ୍ଥାନୀୟ ବିଡ଼ିଓଙ୍କୁ ଜଣାଇଥିଲେ ସୁଦ୍ଧା ସରକାରୀ ପ୍ରାପ୍ତ ମବ ପ୍ରସ୍ତୁତ ଭାଟିକୁ ସ୍ଥାନାନ୍ତରିତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗକୁ ମଧ୍ୟ ମଦ ଭାଟି ଚାଲେ ତେବେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.