କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପ୍ରଥମ ପୁଣ୍ୟତିଥି ଉପଲକ୍ଷେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ସାହିତ୍ଯ ଚର୍ଚ୍ଚା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ଯଘର ଦ୍ବାରା, ସମସାମୟିକ ସମୟରେ ଭାରତର ସର୍ବୋତ୍ତମ କବିମାନଙ୍କ ମଧ୍ୟରୁ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପ୍ରଥମ ପୁଣ୍ଯତିଥି ଉପଲକ୍ଷେ ଏକ ସାହିତ୍ଯଚର୍ଚ୍ଚା କାର୍ଯ୍ୟକ୍ରମ ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କବି ଜୟନ୍ତ ମହାପାତ୍ର ହେଉଛନ୍ତି ପ୍ରଥମ ଭାରତୀୟ କବି ଯିଏକି ଇଂରାଜୀ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ଵତନ୍ତ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ ବୈଠକରେ ଜର୍ନାଲ ଅଫ୍ ଦ ଓଡ଼ିଶା ଆଗମନ ଅଫ ଇଂଲିଶ ଷ୍ଟଡିଜର ସଦସ୍ଯ ମାନେ ଯୋଗଦେଇ କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ସମ୍ମାନିତ ଅତିଥି ତଥା ଜର୍ନାଲ ଅଫ ଦ ଓଡ଼ିଶା ଆଗମନ ଅଫ୍ ଇଂଲିଶ ଷ୍ଟଡିଜର ସଭାପତି ଡ଼କ୍ଟର ସାନ୍ତ୍ବନା ହାଲଦାର, ମୁଖ୍ଯ ଆଲୋଚକ ଭାବେ ଡ଼କ୍ଟର ଶାନ୍ତନୁ କୁମାର ସର ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ, କବିଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ କବି ଜୟନ୍ତ ମହାପାତ୍ରଙ୍କ ସଂଗ୍ରହାଳୟ ସଂପର୍କରେ ଦୃଷ୍ଟିପାତ କରିଥିଲେ। ତାଙ୍କ ରଚିତ ପୁସ୍ତକ ଗୁଡିକ ସହ ସେ ନିଜ ପଦ୍ମଶ୍ରୀ ଉପାଧିକୁ ନିଜ ଦ୍ବିତୀୟଘର ମନେକରୁଥିବା ଫକୀରମୋହନ ବିଶ୍ବବିଦ୍ୟାଳୟର ପାଠାଗାରକୁ ପ୍ରଦାନ କରିବା ନେଇ ଧନ୍ୟବାଦ ଜ୍ଞାପନ କରିଥିଲେ। ଅତିଥି ଡ଼କ୍ଟର ସାନ୍ତ୍ବନା ହାଲଦାର କବି ଜୟନ୍ତ ମହାପାତ୍ରଙ୍କ କାବ୍ୟିକ ଦୃଷ୍ଟିକୋଣ ସହ ତାଙ୍କ ବିବିଧ ରଚିତ କବିତା ଗୁଡ଼ିକର ବିଚାର, ବର୍ଣ୍ଣନା ଓ ବିଶ୍ଳେଷଣ କରିଥିଲେ। ଏହାସହିତ ଡ଼କ୍ଟର ଶାନ୍ତନୁ କୁମାର ସର, କବିଙ୍କ ଜୀବନୀ ତଥା ସେ ପ୍ରାପ୍ତ କରିଥିବା ଉପାଧି ଓ ପୁରସ୍କାର ସଂପର୍କିତ ସବିଶେଷ ତଥ୍ଯ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଏହି ସାହିତ୍ଯଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଷା ଓ ସାହିତ୍ଯ ବିଭାଗର ଛାତ୍ରଛାତ୍ରୀ ଯଥା ଇତିଶ୍ରୀ ବାରିକ, ରଶ୍ମିତା ରାଉତ, ରାଜେଶ କୁମାର ମାଇତି ଓ ଅଭିଲିପ୍ସା ମହାନ୍ତିଙ୍କ ଦ୍ବାରା ଜୟନ୍ତ ମହାପାତ୍ରଙ୍କ ଲିଖିତ କବିତା ଆବୃତ୍ତି କରାଯାଇଥିଲା। ‘ଜର୍ନାଲ ଅଫ ଦ ଓଡ଼ିଶା ଆଗମନ ଅଫ ଇଂଲିଶ ଷ୍ଟଡିଜ’ର ଆଜୀବନ ସଦସ୍ଯ ବିଜୟ କୁମାର ଦେ, ଯୁଗ୍ମ ସଚିବ ଡ଼କ୍ଟର ରବିନାରାୟଣ ସାସମଲ, କୋଷାଧ୍ୟକ୍ଷ ଡ଼କ୍ଟର ମାନସ ରଞ୍ଜନ ସାମଲ, ଓ ସବ୍ଏଡିଟର ଡ଼କ୍ଟର ଗୀତାଶ୍ରୀ ରାଏ ଏହି ସାହିତ୍ଯଚର୍ଚ୍ଚାରେ ଯୋଗ ଦେଇଥିଲେ। ଏହି ଅବସରରେ ଜର୍ନାଲ ଅଫ ଦ ଓଡ଼ିଶା ଆଗମନ ଅଫ ଇଂଲିଶ ଷ୍ଟଡିଜ ତରଫରୁ ‘ଜୟନ୍ତ ମହାପାତ୍ର ସ୍ପେସିଆଲ’ ନାମକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର ସଂଚାଳନ କରିଥିଲେ ଓ ଆସିଷ୍ଟାଣ୍ଟ ପ୍ରଫେସର ଜୟନ୍ତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.