ଭବାନୀପାଟଣା ମ୍ୟୁନିସିପାଲିଟି ଅଫିସ ସାମ୍ନାରେ ୭୦୯ ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମ୍ୟୁନିସିପାଲିଟି ଅଫିସ ସାମ୍ନାରେ ଘଟିଛି ଏକ ମର୍ମତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ୭୦୯ ଟ୍ରକ ଚକ ତଳେ ଚାପି ହୋଇ ଜଣେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଜୁନାଗଡ଼ ବ୍ଲକ ଚାରବାହାଲର ସୁନୀଲ ପଣ୍ଡା ବୋଲି କୁହାଯାଉଥିବାବେଳେ ଦୁର୍ଘଟଣା ଘଟାଇଥିବା ୭୦୯ ଟ୍ରକ ଚାଳକ ସ୍ଥାନୀୟ ଟାଉନ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଂଚିଛି।

ସହର ମଧ୍ୟରେ ଭାରୀଯାନ ଚଳାଚଳ ଉପରେ କଟକଣା ରହିଥିଲେ ହେଁ ସହର ଭିତରକୁ ଭାରୀଯାନ ପ୍ରବେଶ ବନ୍ଦ ହୋଇପାରିନାହିଁ। ଏହାକୁ ନେଇ ଜନ ଅସନ୍ତୋଷ ବଢ଼ୁଥିବାବେଳେ ପୂର୍ବରୁ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ କିନ୍ତୁ ପରିସ୍ଥିତିରେ ସୁଧାର ଆସିନାହିଁ। ଯାହାଫଳରେ ସହରରେ ଭାରୀଯାନ ଯୋଗୁଁ ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ଧନ ଜୀବନ ହାନୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.