ନର୍ଲାରେ ନୂଆ ସିଡିପିଓଙ୍କ ଯୋଗଦାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଭାବରେ ଅଞ୍ଜଳୀ ପଟ୍ଟନାୟକ ଦାୟୀତ୍ବ ଗ୍ରହଣ କରିଛନ୍ତି। ନର୍ଲାର ନୂତନ ସିଡିପିଓ ଦାୟୀତ୍ବ ଗ୍ରହଣ କରିବା ପରେ ନର୍ଲା ମିଶନ ଶକ୍ତି ସଂଯୋଜକ ରୋହିତ ବିଶ୍ଵାଳ, ମିଶନ ଶକ୍ତି ସଭାନେତ୍ରୀ ସଂଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ସମସ୍ତ ସେକ୍ଟରର ସୁପର ଭାଇଯର, ଆଇସିଡିଏସ ଅଫିସର ଜୁନିୟର କ୍ଲର୍କ ବିଜୟ ରାଉତ, ଚୈତନ୍ୟ ସାହୁ ଓ ଅଙ୍ଗନୱାଡ଼ି କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।

ନର୍ଲାର ନୂଆ ସିଡ଼ିପିଓ ଶ୍ରୀମତୀ ପଟ୍ଟନାୟକ ପୂର୍ବରୁ ନର୍ଲାରେ ସୁପର ଭାଇଯର ଭାବରେ କାର୍ଯ୍ୟ କରିଛନ୍ତି। ହେଲେ ଏବେ ନର୍ଲାକୁ ଆସିବା ପୂର୍ବରୁ କଳାହାଣ୍ଡି ଡିଏସଡବ୍ଲୁ ଅଫିସରେ କାମ କରୁଥିଲେ। ସେଠାରୁ ପଦୋନ୍ନତି ପାଇ ନର୍ଲା ସିଡିପିଓ ଦାଇତ୍ଵଭାର ଗ୍ରହଣ କରୁଛନ୍ତି। ନର୍ଲାର ପୂର୍ବତନ ସିଡିପିଓ ବିନୋଦିନୀ ପଣ୍ଡା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକକୁ ବଦଳି ହୋଇ ଚାଲି ଯାଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.