ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଟାଇମ୍ସ ନାଓ ନବଭାରତ (ଟାଇମ୍ସ ଗ୍ରୁପ୍)ର ରାଜ୍ୟ ସମ୍ବାଦଦାତା ସତୀଶ କୁମାର ଦାଶ ସମ୍ମାନଜନକ ‘ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ପୁରସ୍କାର-୨୦୨୪’ରେ ସମ୍ମାନିତ ହୋଇଛନ୍ତି। ହପି ମୁମେଣ୍ଟ ଇଣ୍ଡିଆ, ଭୁବନେଶ୍ଵର ଦ୍ୱାରା ଶ୍ରୀ ଦାଶଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସାମ୍ବାଦିକ ଶ୍ରୀ ଦାଶ ପ୍ରଥମେ ଏନ୍ଆଇରେ, ପରେ ଭରତ ୨୪ ଏବଂ ବର୍ତ୍ତମାନ ଟାଇମ୍ସ ନାଓ ନବଭାରତ କାମ କରୁଛନ୍ତି।
ଏହା ପୂର୍ବରୁ ସେ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ଯଥା; ଆନ୍ତର୍ଜାତୀୟ କାଲକିି ଗୌରବ ପୁରସ୍କାର, ଜ୍ୟୋତି ଷ୍ଟାର ପ୍ରତିଭା ସମ୍ମାନ-୨୦୨୩, ସ୍ବାମୀ ବିବେକାନନ୍ଦ ସେବା ରତ୍ନ ପୁରସ୍କାର ପାଇଛନ୍ତି। ସତୀଶ କୁମାର ଦେଶର ବହୁ ଖ୍ୟାତିସମ୍ପନ୍ନ ନ୍ୟୁଜ୍ ଚ୍ୟାନେଲ ଏବଂ ଖବରକାଗଜ ସହିତ ଜଡିତ ଅଛନ୍ତି। ସେ ଅନେକ ସମ୍ମାନ ଏବଂ ପୁରସ୍କାର ପାଇଛନ୍ତି।